ପୁରୀ ସ୍ୱର୍ଗଦ୍ୱାରରେ ସଂପନ୍ନ ହେଲା ଏୟାର ଫୋର୍ସର ଏୟାନ ମ୍ୟାନ ସଂପଦ ସାବତଙ୍କ ଶେଷକୃତ୍ୟ
ପୁରୀ(କେନ୍ୟୁଜ୍): ଚନ୍ଦନପୁରରେ ପହଞ୍ଚିଲା ଏୟାର ଫୋର୍ସର ଏୟାନ ମ୍ୟାନ ସଂପଦ ସାବତଙ୍କ ପାର୍ଥିବ ଶରୀର। ଗତକାଲି ଅରୁଣାଚଳ ପ୍ରଦେଶର ଲାଲୁପଙ୍ଗ ଠାରେ ଭୁସ୍ଖଳନରେ ପ୍ରାଣ ହରାଇଥିଲେ ସଂପଦ। ପରେ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନେଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ଆସାମର ତେଜପୁର ଏୟାରବେସରେ ପୋଷ୍ଟିଂ ହୋଇଥିଲେ ସଂପଦ। ଲାଲୁପଙ୍ଗକୁ ନିଜ ସାଙ୍ଗମାନଙ୍କ ସହ ପିକ୍ନିକ୍ ପାଇଁ ଯାଇଥିବା ବେଳେ ଭୂସ୍ଖଳନ ଘଟିବାରୁ ଏକ ପଥର ତାଙ୍କ ମୁଣ୍ଡରେ ପଡ଼ିଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଙ୍କୁ ପାର୍ଥିବ ଶରୀରକୁ ଗାଁକୁ ଅଣାଯାଇଥିଲା।