ରାଜ୍ୟ

୧୯୯୯ ମହାବାତ୍ୟାକୁ ପୂରିଲା ୨୧ ବର୍ଷ, ସେ କାଳରାତ୍ରୀ ମନେ ପଡିଲେ ଆଜି ବି ଲୋମ ଟାଙ୍କୁରୀ ଉଠେ

ମହାବାତ୍ୟାକୁ ପୁରିଲା ୨୧ ବର୍ଷ । ଏବେ ସେ ୨୧ ବର୍ଷର ତରୁଣ ଯୁବକ ପାଲଟିଛି । ସେଦିନର ସେ କରାଳ ରୂପକୁ ଯିଏ ଅନୁଭବ କରିଛି ହୁଏତ ତା ମନରୁ ଆଜିବି ଲିଭିନଥିବ । ସେଦିନର ସେହି ହୃଦୟ ବିଦାରକ କାହାଣୀ । ଆଜିବି ମନେ ପଡିଲେ ଲୋମଟାଙ୍କୁରି ଉଠେ । ଅକ୍ଟୋବର ମାସ ଆସିଲେ ଛାତିରେ ଯେମିତି ଏକ ଛନକା ପଶେ । ଏଭିତରେ ୨୧ଟି ଶରତ ଅତିକ୍ରମ କରିଯାଇଥିଲେ ବି ମନରେ ତାଜା ହୋଇ ରହିଛି ସେଦିନର କାଳରାତି । ଚାଲିଯାଇଛି ୧୯୯୯ ଅକ୍ଟୋବର ୨୯ ମହାବାତ୍ୟା । ହେଲେ ଶିଖାଇଦେଇଛି ଅନେକ କିଛି । ୨୧ ବର୍ଷ ପରେ ସବୁକିଛି ବଦଳିଯାଇଛି । ଯେତେ ବର୍ଷା ପବନ ହେଲେ ବି ଦମ୍ଭ ଦେଖାଇ ଠିଆ ହୋଇଛନ୍ତି ରାଜ୍ୟବାସୀ, ସଜାଗ ହୋଇଛନ୍ତି ରାଜ୍ୟ ସରକାର । ବାତ୍ୟା ମୁକାବିଲାରେ ଓଡ଼ିଶା ଏବେ ସାରା ବିଶ୍ୱରେ ରୋଲ୍‌ ମଡେଲ ।

ଦିନେ ଯେଉଁ ବାତ୍ୟାର ବିକଳ ଚିତ୍ର ଦେଖିଥିଲା ଓଡ଼ିଶା । ଏବେ ସେହି ରାଜ୍ୟ ବାତ୍ୟା ମୁକାବିଲାରେ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ । ୧୯୯୯ ମହାବାତ୍ୟା ପରେ ବଦଳିଲା ସରକାର । ବାତ୍ୟା, ବନ୍ୟା ଦାଉରୁ ରାଜ୍ୟକୁ ରକ୍ଷା କରିବା ଥିଲା ନୂଆ ସରକାରର ମୂଳ ଲକ୍ଷ୍ୟ । ଏହାକୁ ଏକ ମିଶନ ଭାବେ ନେଇ ରାଜ୍ୟ ସରକାର ପ୍ରତିବର୍ଷ ନେଲେ ନୂଆ ନୂଆ ପଦକ୍ଷେପ । ୧୯୯୯ ମହାବାତ୍ୟା ପରେ ରାଜ୍ୟ ସରକାର ଗଠନ କରିଥିଲେ ଓସଡମା ଟିମ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମାଧ୍ୟମରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କିପରି ମୁକାବିଲା କରାଯାଇପାରିବ, ସେଥିପ୍ରତି ଗୁରୁତ୍ୱ ଦିଆଗଲା । ରାଜ୍ୟ ସରକାର ନିଜ ବଜେଟରେ ରଖିଲେ ଅଧିକ ପାଣ୍ଠି । ବାତ୍ୟାଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଗଲା ।

ବାତ୍ୟା ଆସିବା ପୂର୍ବରୁ ସୁରକ୍ଷିତ ଭାବେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଗଲା । ସେଠାରେ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ, ଜେନେରେଟରର ବ୍ୟବସ୍ଥା କରାଗଲା । ପ୍ରସୂତି ଓ ଶିଶୁଙ୍କ ପାଇଁ ଡାକ୍ତର ମଧ୍ୟ ରଖାଗଲା । ସାରା ରାଜ୍ୟରେ ଏବେ ୭୨୦ଟି ସେଲଟର ହୋମ ନିର୍ମାଣ କରାଯାଇଛି । ୧୯୯୯ ବାତ୍ୟା ପରେ ରାଜ୍ୟ ସରକାର ଓଡ଼୍ରାଫ୍‌ ଟିମ୍‌ ଗଠନ ହେଲା । ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଯୁବକଙ୍କୁ ତାଲିମ ଦିଆଯାଇ ଓଡ୍ରାଫ୍‌ ଟିମରେ ରଖାଗଲା । ଗୋଟିଏ ୟୁନିଟରେ ୫୦ ଜଣଙ୍କୁ ନେଇ ୨୦ ୟୁନିଟ ଗଠନ କରାଯାଇଛି । ସେହିଭଳି ଅଗ୍ନିଶମ ବିଭାଗକୁ ଅଧିକ କ୍ରୀୟାଶୀଳ କରାଯିବା ସହ ବାତ୍ୟା ମୁକାବିଲା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ଦିଆଗଲା । ରାଜ୍ୟ ବାହାରକୁ ଯାଇ ବନ୍ୟା ବାତ୍ୟାର ସଫଳ ମୁକାବିଲା କରି ବେଶ ପ୍ରଶଂସା ସାଉଁଟିଛି ଟିମ୍‌ ।

 

KNews Bureau

Recent Posts

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

39 seconds ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

13 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

17 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

19 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago