ରାଜ୍ୟ

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ

ଯାଜପୁର ଟାଉନ : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିିଳିଛି । ଏଥିପାଇଁ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ପ୍ରାତଃ ସମୟରେ ମା ଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବିଦ୍ୟ ଅର୍ପଣ କରାଯାଇଛି । କୋରୋନା କଟକଣା ମଧ୍ୟରେ ମା ଙ୍କର ଏହି ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ସମାବେଶ ହୋଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ହୋଇ ଉଠିଛି ଚଳଚଂଚଳ । ଦୀର୍ଘଦିନ ପରେ ମାଙ୍କ ମନ୍ଦିର ପରିସରରେ କୋଳାହଳର ପରିବେଶ ଦେଖାଦେଇଛି । କୋରୋନା କଟକଣା ସାମାନ୍ୟ କୋହଳ ହେବା ପରେ ମାଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ନିଜର ଚକ୍ଷୁରେ ଦର୍ଶନ କରିଛି । ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମା ବିରଜା । ପ୍ରାତଃ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଙ୍କୁ ଆବହନ କରାଯାଉଛି ।

ମାଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ମନ୍ଦିରକୁ ସୁନ୍ଦର ଭାବେ ପ୍ରଶାସନ ପକ୍ଷରୁ ସଜ୍ଜିତ କରାଯାଇଛି । ମନ୍ଦୀର ବାହାରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ମାଙ୍କୁ ଆରାଧନା କରାଯାଇଛି । ମାଙ୍କୁ ଦର୍ଶନ କରିବା ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ମନ୍ଦୀର ପ୍ରଶାସନ ପକ୍ଷରୁ ବିିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ମନ୍ଦୀର ପରିସରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ପାଳନ କରାଯାଇଛି । ମନ୍ଦୀର ପ୍ରଶାସକ ଜ୍ୟୋତି ଶଙ୍କର ମହାପାତ୍ର ମନ୍ଦୀର ପରିସରରେ ରହି ଆୟୋଜନ ନେଇ ଅନୁଧ୍ୟାନ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦୀର ଭିତରେ ଓ ବାହାରେ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

ଯାଜପୁର ଟାଉନରୁ ଦେବାଶିଷ ସାହୁ, କେନ୍ଯୁଜ୍

Sonalisa

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

8 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

21 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

40 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

45 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

51 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

60 mins ago