ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ

ଯାଜପୁର ଟାଉନ : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିିଳିଛି । ଏଥିପାଇଁ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ପ୍ରାତଃ ସମୟରେ ମା ଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବିଦ୍ୟ ଅର୍ପଣ କରାଯାଇଛି । କୋରୋନା କଟକଣା ମଧ୍ୟରେ ମା ଙ୍କର ଏହି ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ସମାବେଶ ହୋଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

birajaପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ହୋଇ ଉଠିଛି ଚଳଚଂଚଳ । ଦୀର୍ଘଦିନ ପରେ ମାଙ୍କ ମନ୍ଦିର ପରିସରରେ କୋଳାହଳର ପରିବେଶ ଦେଖାଦେଇଛି । କୋରୋନା କଟକଣା ସାମାନ୍ୟ କୋହଳ ହେବା ପରେ ମାଙ୍କୁ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତ ନିଜର ଚକ୍ଷୁରେ ଦର୍ଶନ କରିଛି । ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମା ବିରଜା । ପ୍ରାତଃ ସମୟରେ ମାଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମା ସାବିତ୍ରି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଙ୍କୁ ଆବହନ କରାଯାଉଛି ।

birajମାଙ୍କ ସ୍ୱନକ୍ଷତ୍ର ଦିବସ ଅବସରରେ ମନ୍ଦିରକୁ ସୁନ୍ଦର ଭାବେ ପ୍ରଶାସନ ପକ୍ଷରୁ ସଜ୍ଜିତ କରାଯାଇଛି । ମନ୍ଦୀର ବାହାରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ମାଙ୍କୁ ଆରାଧନା କରାଯାଇଛି । ମାଙ୍କୁ ଦର୍ଶନ କରିବା ପାଇଁ ବଢ଼ି ଭୋରୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ମନ୍ଦୀର ପ୍ରଶାସନ ପକ୍ଷରୁ ବିିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ମନ୍ଦୀର ପରିସରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ପାଳନ କରାଯାଇଛି । ମନ୍ଦୀର ପ୍ରଶାସକ ଜ୍ୟୋତି ଶଙ୍କର ମହାପାତ୍ର ମନ୍ଦୀର ପରିସରରେ ରହି ଆୟୋଜନ ନେଇ ଅନୁଧ୍ୟାନ କରିଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦୀର ଭିତରେ ଓ ବାହାରେ ପୋଲିସ ମୁତୟନ ମଧ୍ୟ କରାଯାଇଛି ।

ଯାଜପୁର ଟାଉନରୁ ଦେବାଶିଷ ସାହୁ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.