ରାଜ୍ୟ

ଟାଙ୍ଗୀ ତହସିଲଦାର କରୋନା ପଜିଟିଭ୍, ଏବେ ଅଛନ୍ତି ହୋମ୍ କ୍ୟାରେଣ୍ଟାଇନରେ

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାର ଅଶ୍ୱିନୀ କୁମାର ଦାଶଙ୍କୁ କରୋନା । ଗତ କାଲି ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ଗତ ୨ ଦିନ ହେଲା ତହସିଲଦାରଙ୍କୁ ଜ୍ୱର ଲାଗି ରହିଥିଲା । ଗତ କାଲି କରୋନା ଟେଷ୍ଟ କରାଯିବା ପରେ ତାଙ୍କର ପଜିଟିଭ୍ ଆସିଥିବା ଜଣା ପଡିଛି । ବର୍ତ୍ତମାନ ତହସିଲଦାର ଶ୍ରୀ ଦାସ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ନିଜ ବାସଭବନରେ ହୋମ୍ କ୍ୟାରେଣ୍ଟାଇନ୍ ରେ ଅଛନ୍ତି । ଟାଙ୍ଗୀ ବ୍ଲକ୍ ର ପ୍ରଥମ ପ୍ରଶାସନିକ କରୋନା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । ଏହା ପୂର୍ବରୁ ଗତ ୬ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କରୋନା ହୋଇଥିଲା । ଅନ୍ଯପଟେ ଏବେ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲାକୁ ଟପି ଗଲାଣି ଖୋର୍ଦ୍ଧା ଜିଲ୍ଲା ।

KNews Bureau

Recent Posts

ଉତ୍ତରାଖଣ୍ଡ: ଉତ୍ତରକାଶୀରେ ଖରାପ ପାଗ ଯୋଗୁଁ ରାସ୍ତା ଭୁଲିଗଲେ ପର୍ବତାରୋହୀ, ୪ ମୃତ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ବିଗିଡିଲା ପାଗ । ଅସହ୍ୟ ଥଣ୍ଡାରେ ଛଟପଟ ହୋଇ ଜୀବନ ହାରିଲେ ପର୍ବତାରୋହୀ । ଉତ୍ତରକାଶୀ ଟିହରି…

27 seconds ago

ସାମ୍ନାକୁ ଆସିଲା ଫିଲ୍ମ ‘କଲ୍କି 2898 AD’ ଟ୍ରେଲରର ରିଲିଜ୍‌ ଡେଟ୍‌, ଭିନ୍ନ ଲୁକ୍‌ରେ ନଜର ଆସିଲେ ପ୍ରଭାସ

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ 'କଲ୍କି 2898 AD' ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

8 mins ago

ପୋଲିସର ବର୍ବରତା: ବିନା କାରଣରେ ଥାନାକୁ ଡକାଇ ଯୁବକଙ୍କୁ ମାଡ!

ସୁବର୍ଣ୍ଣପୁର (କେନ୍ୟୁଜ): ପୋଲିସର ବର୍ବରତା । ବର୍ବରତାର ସବୁ ସୀମା ଟପିଗଲା ପୋଲିସ୍ । ବିନା କାରଣରେ ଯୁବକଙ୍କୁ ଥାନାକୁ ଡକାଇ…

25 mins ago

ରାଷ୍ଟ୍ରପତି ଭବନରେ ପହଞ୍ଚି ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି…

33 mins ago

କୁନୋ ଜାତୀୟ ଉଦ୍ୟାନ: ଭୀଷଣ ଗରମରେ ଚିତା ଶାବକର ମୃତ୍ୟୁ ଆଶଙ୍କା, ବ୍ୟବଚ୍ଛେଦ ପରେ ହିଁ ହେବ ସ୍ପଷ୍ଟ

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପୁଣି ଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ୩ ମାସ…

55 mins ago

ଏଥର ସଅଳ ପହଞ୍ଚିବ ମୌସୁମୀ, ୮ ତାରିଖ ମଧ୍ୟରେ ଛୁଇଁପାରେ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି  । ଦିନରେ ତାତି ରାତିରେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି …

1 hour ago