ଟାଙ୍ଗୀ ତହସିଲଦାର କରୋନା ପଜିଟିଭ୍, ଏବେ ଅଛନ୍ତି ହୋମ୍ କ୍ୟାରେଣ୍ଟାଇନରେ

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲଦାର ଅଶ୍ୱିନୀ କୁମାର ଦାଶଙ୍କୁ କରୋନା । ଗତ କାଲି ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିବା ସୂଚନା ମିଳିଛି । ଗତ ୨ ଦିନ ହେଲା ତହସିଲଦାରଙ୍କୁ ଜ୍ୱର ଲାଗି ରହିଥିଲା । ଗତ କାଲି କରୋନା ଟେଷ୍ଟ କରାଯିବା ପରେ ତାଙ୍କର ପଜିଟିଭ୍ ଆସିଥିବା ଜଣା ପଡିଛି । ବର୍ତ୍ତମାନ ତହସିଲଦାର ଶ୍ରୀ ଦାସ ଟାଙ୍ଗୀ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ନିଜ ବାସଭବନରେ ହୋମ୍ କ୍ୟାରେଣ୍ଟାଇନ୍ ରେ ଅଛନ୍ତି । ଟାଙ୍ଗୀ ବ୍ଲକ୍ ର ପ୍ରଥମ ପ୍ରଶାସନିକ କରୋନା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ । ଏହା ପୂର୍ବରୁ ଗତ ୬ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କରୋନା ହୋଇଥିଲା । ଅନ୍ଯପଟେ ଏବେ କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲାକୁ ଟପି ଗଲାଣି ଖୋର୍ଦ୍ଧା ଜିଲ୍ଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.