ରାଜ୍ୟ

ଆସୁଛନ୍ତି ଟିମ୍‌ ୨୬, ସାବାଡ୍‌ କରିବେ ଛିନ୍‌ତାଇ ଓ ଲୁଟେରାଙ୍କୁ

ଭୁବନେଶ୍ୱର : ଏବେ ସାବାଡ ହେବେ ଛିନତାଇ, ଲୁଟ୍‌ ଓ ଡକାୟତି ଭଳି ଜଘନ୍ୟ ଅପରାଧ ଘଟାଉଥିବା ଅପରାଧୀ । ଲୁଟେରାଙ୍କ ପାଖରେ ପହଁଚିବାକୁ ସ୍ପେଶାଲ ୨୬ ଟିମ୍‌ ଗଠନ କରିଛି କମିଶନରେଟ ପୋଲିସ । ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଛିନତାଇ, ଲୁଟ ଏବଂ ଡାକୟତି ଭଳି ଅଘଟଣ ଅଧିକ ପରିମାଣରେ ଘଟୁଥିବାରୁ ଏଭଳି ଟିମ୍‌ ଗଠନ କରାଯାଇଛି । ଏଥିପାଇଁ ସବୁ ଥାନରେ ଜଣେ ଜଣେ ସ୍ୱତନ୍ତ୍ର ଅଫିସର ରହିବେ । ତାଙ୍କୁ ସହଯୋଗ କରିବେ ୪ଜଣ କନେଷ୍ଟବଳ । ଧୀରେ ଧୀରେ କମିଶନରେଟ ପୋଲିସ ସ୍ପେଶାଲ ୨୬ ସାହାଯ୍ୟରେ ଅପରାଧକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିବ । ଏ ସମ୍ପର୍କରେ ଆଜି ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଏବେ ଆସନ୍ତୁ ନଜର ପକାଇବା ଗତ ୩ ମାସ ମଧ୍ୟରେ କେତେ ଛିନ୍‌ତାଇ ମାମଲା ଥାନରେ ରୁଜୁ ହୋଇଛି । ୨୦୨୦ଡିସେମ୍ବର ମାସରେ ୫୭ଟି, ୨୦୨୧ ଜାନୁଆରୀରେ ୬୨, ଫେବ୍ରୁଆରୀରେ ୫୭ଟି ଛିନତାଇ ହୋଇଛି । ସେହିଭଳି ଯଦି ଚୋରି ମାମଲା ଆମେ ଦେଖିବା ୨୦୨୦ ଡିସେମ୍ବରରେ ୧୮୭ଟି, ୨୦୨୧ ଜାନୁଆରୀରେ ୨୦୦ ଏବଂ ଫେବ୍ରୁଆରୀ ମାସରେ ୧୮୧ଟି ଚୋରି ମାମଲା ରୁଜୁ ହୋଇଛି ।

ତେଣୁ ପ୍ରତିଦିନ ଘଟୁଥିବା ଏଭଳି ଘଟଣାକୁ ଦେଖି କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି ।

KNews Bureau

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

25 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

60 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

3 hours ago