କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ଯାଘ୍ର ପ୍ରକଳ୍ପ । ଜୀବଜନ୍ତୁ ଏବେ ବିପଦରେ ,କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ଯ ନିଆଁ ଲାଗିବା ବନ୍ଦ ହେଇଥିଲା ବେଳେ ଆଜି ପୁଣି ଦିନ ଦ୍ୱୀପହରରେ ଲାଗିଛି ନିଆଁ । ବନବିଭାଗ ଗୋଟିଏ ଜାଗାରେ ନିଆଁ ଲିଭାଇବା ବେଳକୁ ଅନ୍ଯ ଜାଗାରେ ଲାଗୁଛି ନିଆଁ ଯାହା ଫଳରେ ନାକେ ଦମ ହେଲାଣି ବନବିଭାଗ । ଚଳିତ ବର୍ଷ ନିଆଁ ଲିଭା କାର୍ଯ୍ଯରେ ୭୦୦ ରୁ ଉର୍ଦ୍ଧ୍ଵ କର୍ମଚାରୀ ନିୟୋଜିତ ହଇଥିବା ବେଳେ ୫୦୦ ନିଆଁଲିଭା ମେସିନ ମଧ୍ୟ ଲାଗିଛି । ନିଆଁ କେଉଁଠି ଲାଗିଛି ଜାଣିବା ପାଇଁ ଚଳିତ ବର୍ଷ ଡ୍ରନ ର ସହାୟତା ନେଇଛି ବନବିଭାଗ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷନଷ୍ଟ ହବା ସହିତ ବହୁ କୀଟପତଙ୍ଗ ମଧ୍ୟ ପୋଡି ମଧ୍ୟନଷ୍ଟ ହେଉଛନ୍ତି । ଶିମିଳିପାଳ ଅଭୟାରଣ୍ଯ ରେ ପୁଣି ଲାଗିଲା ନିଆଁ । ସବୁ ପ୍ରକାର ସତର୍କ ସ୍ୱତେ କିପରି ନିଆଁ ଲାଗିଛି ତାହା ସମସ୍ତ ଙ୍କୁ ଚକିତ କରିଛି ।ଆଜି ଫରେଷ୍ଟ ସର୍ଭେ ଓଫ ଇଣ୍ଡିଆ ପକ୍ଷରୁ
ସୂଚନା ମିଳିଲାପରେ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ଗୋଟିଏ କିମ୍ବା ଦୁଇଟି ନୁହଁ ୬ଟି ସ୍ଥାନ ରେ ଲାଗିଛି ନିଆଁ । ୬ ଟି ସ୍ଥାନ ରୁ ଗୋଟିଏ ନିଆଁ ଲିଭେଇବା ରେ ବନ ବିଭାଗ ସଫଳ ହେଇଥିବା ବେଳେ ୫ଟି ସ୍ଥାନରେ ଏବେବି ହୁତୁ ହୁତୁ ହେଇ ନିଆଁ ଲାଗିଛି । ନିଆଁ ଲାଗିବା ସ୍ଥାନ ଟି ଶିମିଳିପାଳ ରେ କୋର ଏରିଆ ହେଇଥିବାରୁ ସେଠାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯିବାକୁ ବାରଣ କରାଯାଇଛି ।
୪୦ଡିଗ୍ରୀ ରୁ ଉର୍ଦ୍ଧ୍ଵ ତାପମାତ୍ରା ସତ୍ତ୍ୱେ ବି ନିଆଁ ଲିଭେଇବା ପାଇଁ ବନ ବିଭାଗ ପକ୍ଷରୁ କର୍ମଚାରୀ ନିୟୋଜିତ ଅଛନ୍ତି । ଉତ୍ତର ଶିମିଳିପାଳର ଏସିଏଫ ପ୍ରଦୀପ ଦେଙ୍କ ସୂଚନା ଅନୁଯାୟୀ ଦୁଇଟି ରେଞ୍ଜ ର ୬ ଟି ସ୍ଥାନରେ ନିଆଁ ଲାଗିଛି । କେନ୍ଦୁମୁଣ୍ଡି ଏବଂ ବରେଇପାଣି ରେଞ୍ଜ ରେ ନିଆଁ ଲାଗିବା ଯୋଗୁଁ ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି ।
ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…
ଭୁବନେଶ୍ୱର (କେନ୍ୟୁଜ୍) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…
ଯାଜପୁର(କେନ୍ୟୁଜ୍): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…
ଭୁବନେଶ୍ୱର(କେନ୍ୟୁଜ୍): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…
ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…
ଭୁବନେଶ୍ୱର(କେନ୍ୟୁଜ୍): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…