ପୁଣି ଜଳୁଛି ଶିମିଳିପାଳ ଅଭୟାରଣ୍ଯ, ନାକେ ଦମ ହେଲାଣି ବନବିଭାଗ; ବିପଦରେ ଜୀବଜନ୍ତୁ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ହେଉଛି ହସ୍ତୀ ଏବଂ ବ୍ଯାଘ୍ର ପ୍ରକଳ୍ପ । ଜୀବଜନ୍ତୁ ଏବେ ବିପଦରେ ,କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ଯ ନିଆଁ ଲାଗିବା ବନ୍ଦ ହେଇଥିଲା ବେଳେ ଆଜି ପୁଣି ଦିନ ଦ୍ୱୀପହରରେ ଲାଗିଛି ନିଆଁ । ବନବିଭାଗ ଗୋଟିଏ ଜାଗାରେ ନିଆଁ ଲିଭାଇବା ବେଳକୁ ଅନ୍ଯ ଜାଗାରେ ଲାଗୁଛି ନିଆଁ ଯାହା ଫଳରେ ନାକେ ଦମ ହେଲାଣି ବନବିଭାଗ । ଚଳିତ ବର୍ଷ ନିଆଁ ଲିଭା କାର୍ଯ୍ଯରେ ୭୦୦ ରୁ ଉର୍ଦ୍ଧ୍ଵ କର୍ମଚାରୀ ନିୟୋଜିତ ହଇଥିବା ବେଳେ ୫୦୦ ନିଆଁଲିଭା ମେସିନ ମଧ୍ୟ ଲାଗିଛି । ନିଆଁ କେଉଁଠି ଲାଗିଛି ଜାଣିବା ପାଇଁ ଚଳିତ ବର୍ଷ ଡ୍ରନ ର ସହାୟତା ନେଇଛି ବନବିଭାଗ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷନଷ୍ଟ ହବା ସହିତ ବହୁ କୀଟପତଙ୍ଗ ମଧ୍ୟ ପୋଡି ମଧ୍ୟନଷ୍ଟ ହେଉଛନ୍ତି । ଶିମିଳିପାଳ ଅଭୟାରଣ୍ଯ ରେ ପୁଣି ଲାଗିଲା ନିଆଁ । ସବୁ ପ୍ରକାର ସତର୍କ ସ୍‌ୱତେ କିପରି ନିଆଁ ଲାଗିଛି ତାହା ସମସ୍ତ ଙ୍କୁ ଚକିତ କରିଛି ।ଆଜି ଫରେଷ୍ଟ ସର୍ଭେ ଓଫ ଇଣ୍ଡିଆ ପକ୍ଷରୁ

ସୂଚନା ମିଳିଲାପରେ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଜି ଗୋଟିଏ କିମ୍ବା ଦୁଇଟି ନୁହଁ ୬ଟି ସ୍ଥାନ ରେ ଲାଗିଛି ନିଆଁ । ୬ ଟି ସ୍ଥାନ ରୁ ଗୋଟିଏ ନିଆଁ ଲିଭେଇବା ରେ ବନ ବିଭାଗ ସଫଳ ହେଇଥିବା ବେଳେ ୫ଟି ସ୍ଥାନରେ ଏବେବି ହୁତୁ ହୁତୁ ହେଇ ନିଆଁ ଲାଗିଛି । ନିଆଁ ଲାଗିବା ସ୍ଥାନ ଟି ଶିମିଳିପାଳ ରେ କୋର ଏରିଆ ହେଇଥିବାରୁ ସେଠାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯିବାକୁ ବାରଣ କରାଯାଇଛି ।

୪୦ଡିଗ୍ରୀ ରୁ ଉର୍ଦ୍ଧ୍ଵ ତାପମାତ୍ରା ସତ୍ତ୍ୱେ ବି ନିଆଁ ଲିଭେଇବା ପାଇଁ ବନ ବିଭାଗ ପକ୍ଷରୁ କର୍ମଚାରୀ ନିୟୋଜିତ ଅଛନ୍ତି । ଉତ୍ତର ଶିମିଳିପାଳର ଏସିଏଫ ପ୍ରଦୀପ ଦେଙ୍କ ସୂଚନା ଅନୁଯାୟୀ ଦୁଇଟି ରେଞ୍ଜ ର ୬ ଟି ସ୍ଥାନରେ ନିଆଁ ଲାଗିଛି । କେନ୍ଦୁମୁଣ୍ଡି ଏବଂ ବରେଇପାଣି ରେଞ୍ଜ ରେ ନିଆଁ ଲାଗିବା ଯୋଗୁଁ ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ମୁତୟନ ହେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.