ଖୁବ୍‌ ଚମତ୍କାରୀ ହୋଇଥାଏ ସୂତାରେ କରାଯାଉଥିବା ଏହି ଉପାୟ, କରିବା ମାତ୍ରେ ବ୍ୟବସାୟରେ ଲାଭ ହିଁ ଲାଭ

ପ୍ରତ୍ୟକ ବ୍ୟକ୍ତି ଖୁସି ଓ ଶାନ୍ତିରେ ଜୀବନ ବିତାଇବା ପାଇଁ ଚାହିଁଥାନ୍ତି | ହେଲେ ବହୁ ପରିଶ୍ରମ କରିବା ପରେ ବି ବ୍ୟକ୍ତିକୁ ଆର୍ଥିକ ସଂକଟରେ ଗତି କରିବାକୁ ପଡିଥାଏ | ତେବେ ଯଦି ବ୍ୟକ୍ତି ଶାସ୍ତ୍ରରେ ଦିଆଯାଇଥିବା ଏମିତି କିଛି ଉପାୟ କରେ, ତାଙ୍କର ସମସ୍ତ ସମସ୍ୟା ଦୂର ହୋଇଥାଏ | ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ |
ଜ୍ୟୋତିଷ ଶାସ୍ତ୍ରରେ ସୂତାର କିଛି ଉପାୟ ବିଷୟରେ କୁହାଯାଇଛି | ସୂତାକୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବୋଲି ଧରାଯାଏ । ଆସନ୍ତୁ ଜାଣିବା ସୂତାର କିଛି ଉପାୟ |

ବ୍ୟବସାୟରେ ଲାଭ ପାଇଁ

ଯଦି ବ୍ୟବସାୟରେ ଉନ୍ନତି ଚାହୁଁଛନ୍ତି, ସୂତାକୁ କମଳା ରଙ୍ଗରେ ରଙ୍ଗ କରି ବ୍ୟବସାୟ ସ୍ଥାନରେ ରଖି ଦିଅନ୍ତୁ | ଏମିତି କରିବା ଦ୍ୱାରା ଦେଖିବେ ବ୍ୟବସାୟ ଘୋଡା ବେଗରେ ଗତି କରିବ | ବ୍ୟବସାୟରେ ଉନ୍ନତି ଘଟିବ |
ବିଗିଡି ଯାଇଥିବା କାମକୁ ସଜାଡ଼ିବା ପାଇଁ
ଯଦି ଆପଣଙ୍କ କାମରେ ବାଧା ବିଘ୍ନ ଉପୁଜୁଛି, ତେବେ ବୁଧବାର ଦିନ ଗଣପତିଙ୍କୁ ବନ୍ଦନା କରନ୍ତୁ | ଏକ ସୂତା ନେଇ କରି ସେଥିରେ ୭ଟି ଗଣ୍ଠି ଲଗାନ୍ତୁ ଓ ଏହାକୁ ଗଣପତିଙ୍କ ଚରଣରେ ଅର୍ପଣ କରନ୍ତୁ | ପରେ ଗଣପତିଙ୍କ ଆଗରେ ନିଜର ମନ କଥା ଜଣାନ୍ତୁ | ଫଳରେ ବିଗିଡି ଯାଇଥିବା କାମ ହୋଇଯିବ |

ଶନିଙ୍କ ସାଢ଼େ ସାତିରୁ ରକ୍ଷା ପାଇବା ପାଇଁ

ଶନିବାର ଦିନ ଅଶ୍ୱସ୍ଥ ଗଛର ଚାରିପଟେ ଶନି ଦେବଙ୍କ ଏକାକ୍ଷରୀ ମନ୍ତ୍ର ” ଓଁ ଶଂ ଶନୈଶ୍ଚରାୟ ନମଃ ” ଜପ କରି କରି ୭ ଘେରା ସୂତା ଗୁଡ଼ାଇ ଦିଅନ୍ତୁ | ଏମିତି କରିବା ଦ୍ୱାରା ଶନିଙ୍କ ସାଢ଼େ ସାତିରୁ ରକ୍ଷା ପାଇବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.