Below header

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ: ସୂଚନା ଦେଲେ ବିନୟ ନୃସିଂହ ମହାପାତ୍ର

ପୁରୀ (କେନ୍ୟୁଜ): ପୁରୀ ଐତିହ୍ୟ ପ୍ରକଳ୍ପ ପ୍ରସଙ୍ଗରେ ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଦଯାତ୍ରାକୁ ସ୍ଥଗିତ ରଖିଲା ସଂଗଠନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର । କାଲି ପାଇଁ ପଦଯାତ୍ରାକୁ ଅନୁମତି ଦେଇନଥିଲା ପୁରୀ ଜିଲ୍ଲା ପ୍ରଶାସନ l ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଜିଲ୍ଲାପାଳ ଅନୁମତି ଦେଇନଥିଲେ ।

ସେହିପରି ପଦଯାତ୍ରା ବିରୋଧରେ ପୁରୀ ମାର୍କେଟ ଛକରେ ମଧ୍ୟ ଆସନ୍ତାକାଲି ଗଣଧାରଣା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା l କିନ୍ତୁ ଗଣ୍ଡଗୋଳ ଆଶଙ୍କାରେ କୌଣସି ସଂଗଠନକୁ ଅନୁମତି ମିଳିନାହିଁ l ତଥାପି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ସିଟି ଡିଏସ୍‌ପିଙ୍କ ନେତୃତ୍ୱରେ ମାର୍କେଟ ଛକରୁ ନରେନ୍ଦ୍ର କୋଣ ରାସ୍ତାର ଉଭୟ ପାଖରେ ଥିବା ହୋଟେଲ ଓ ଲଜିଂକୁ ଯାଞ୍ଚ କରାଯାଇଛି ।

ଆସନ୍ତାକାଲି ପୂର୍ବାହଣରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯିବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ଟ୍ଵିଟ କରି ସେ ସୂଚନା ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର । ସେ ବଡ଼ ଠାକୁର । ତେଣୁ ଅଯଥା ରାଜନୀତି ନକରି ଏଏସଆଇ କଣ କହୁଛି ତାକୁ ଅପେକ୍ଷା କରିବା ଦରକାର ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.