ପୁଣି ମାତିଲେ ରକ୍ତ ଚରିତ୍ର ଗ୍ୟାଙ୍ଗ? ସାମ୍ନାକୁ ଆସିଲା ରାଜରାସ୍ତାରେ ଯୁଗୋଷ୍ଠୀଙ୍କ ମତୁଆଲା ହେବାର ଦୃଶ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ସାମ୍ନାକୁ ଆସିଲା ରକ୍ତ ଚରିତ୍ର ଗ୍ୟାଙ୍ଗର ଆଉ ଏକ ଭିଡିଓ । ରାଜରାସ୍ତାରେ ଯୁଗୋଷ୍ଠୀଙ୍କ ମତୁଆଲା ହେବାର ଦୃଶ୍ୟ ଭାଇରାଲ । ଗାଡ଼ିରେ ଷ୍ଟଣ୍ଟ ମାରୁଛନ୍ତି ନିଶାସକ୍ତ ଯୁବକ । ଏନେଇ ଖଣ୍ଡଗିରି ଥାନାରେ ୫ ଜଣ ଯୁବକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଏମାନଙ୍କୁ ଖୋଜୁଛି ପୋଲିସ । ଗତକାଲି ମଧ୍ୟ ଏହି ଗ୍ୟାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ବାରମ୍ବାର ଏହି ଯୁବକଙ୍କ ଆତଙ୍କ ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଯେଉଁଭଳି ଭାବେ ରାତି ଅଧରେ ଯୁବକମାନେ ନିଛାଟିଆ ରାସ୍ତାରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇ ବିପଦପୂର୍ଣ୍ଣ ଗାଡି ଚାଳନା କରୁଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଛାତିଥରା ଦୃଶ୍ୟ ହେଉଛି ଖୋଦ୍ ରାଜଧାନୀ ରାଜରାସ୍ତାର । ଭାଇରାଲ ହୋଇଥିବା ଏହି ଭିଡିଓରେ ସେହି ସ୍ଥାନର ଲୋକେସନ ବି ଉଲ୍ଲେଖ ରହିଛି । ଏହି ଭିଡିଓଟିକୁ ଦେଖିଲେ ଲାଗୁଛି ଯେମିତି ପୁରା ରାଜଧାନୀ ଏମାନଙ୍କ କବଜାରେ ।

Leave A Reply

Your email address will not be published.