ଭାରତରେ ଲଞ୍ଚ ହେଲା ମାଇକ୍ରୋମାକ୍ସ IN 2: ମାତ୍ର ୭,୪୫୫ ଟଙ୍କାରେ ପାଆନ୍ତୁ ମାଇକ୍ରୋମାକ୍ସ IN 2c, ରହିଛି ଦମଦାର ଫିଚର୍

ଯଦି ଆପଣ ୧୦ ହଜାର ଟଙ୍କାରୁ କମ୍ ମୂଲ୍ୟରେ କୌଣସି ଭାରତୀୟ କମ୍ପାନୀର ଫୋନ କିଣିବାକୁ ଇଚ୍ଛା କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ବଡ଼ ଓ ଦମଦାର ଅଫର।ଘରୋଇ କମ୍ପାନୀ ମାଇକ୍ରୋମାକ୍ସ ଏହାର ନୂତନ ବଜେଟ୍ ସ୍ମାର୍ଟଫୋନ୍ ମାଇକ୍ରୋମାକ୍ସ IN 2c ଲଞ୍ଚ କରିଛି। ମାଇକ୍ରୋମାକ୍ସର IN 2c ରେ ଫେସ୍ ଅନଲକ୍ ଏବଂ ଡୁଆଲ୍ ରିୟର କ୍ୟାମେରା ଭଳି ଫିଚର୍ ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନରେ 6.52 ଇଞ୍ଚର ଏକ ବଡ଼ ଡିସ୍ପ୍ଲେ ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏହି ମାଇକ୍ରୋମାକ୍ସ ଫୋନର ମୂଲ୍ୟ ଏବଂ ଅନ୍ୟାନ୍ୟ ଫିଚର୍ ବିଷୟରେ।

ବର୍ତ୍ତମାନ ଡିସପ୍ଲେ ବିଷୟରେ କହିବାକୁ ଗଲେ, ମାଇକ୍ରୋମାକ୍ସ IN 2c ରେ 6.53 ଇଞ୍ଚ HD ପ୍ଲସ୍ ଡିସପ୍ଲେ ଅଛି । ଏମିତିକି ପାଣି ପରି ଉଜ୍ଜଳ ହେଉଛି ଏହାର ଗ୍ଲାସ୍। ଡିସପ୍ଲେ ମଧ୍ୟ ବହୁତ୍ ସ୍ପିଡ୍ ଚାଲେ ଓ ଚିକ୍କଣ ମଧ୍ୟ।ଏଥିରେ ଆଣ୍ଡ୍ରଏଡ୍ 11 ଦିଆଯାଇଛି, ଯାହା ଷ୍ଟକ୍ ଆଣ୍ଡ୍ରଏଡ୍ ଅର୍ଥାତ୍ ଆପଣ ଫୋନରେ ଅନାବଶ୍ୟକ ତୃତୀୟ ପକ୍ଷ ଆପ୍ ପାଇବେ ନାହିଁ ।

ସାଓମି ଠାରୁ ସାମସଙ୍ଗ ଏବଂ ରିଅଲମି ପର୍ଯ୍ୟନ୍ତ ଫୋନରେ ଆପଣ ଏହି ପ୍ରକାରର ଷ୍ଟକ୍ ଆଣ୍ଡ୍ରଏଡ୍ ପାଇବେ ନାହିଁ। ଫୋନରେ 3 GB RAM ସହିତ 32 GB ଷ୍ଟୋରେଜ୍ ଅଛି, ଯଦିଓ ଆପଣ ଏହାକୁ ମେମୋରୀ କାର୍ଡ ସାହାଯ୍ୟରେ 256 GB ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ । ମେମୋରୀ କାର୍ଡ ପାଇଁ ଆପଣ ଏକ ଅଲଗା ସ୍ଲଟ୍ ପାଇବେ। ଫୋନରେ UNISOC T610 ସଞ୍ଚାଳକ ଉପଲବ୍ଧ, ଯାହା ଏକ ଅଷ୍ଟା-କୋର ପ୍ରସେସର। ଏହାପୂର୍ବରୁ ଏହି ପ୍ରୋସେସର୍ ନୋଫିଆର ଇନଫିନିକ୍ସ ହଟ୍ 11 2022 ଏବଂ ରିଅଲମି C25Y ବ୍ୟତୀତ ନୋକିଆର ଏଣ୍ଟ୍ରି ଲେଭଲ୍ ଫୋନରେ ଦେଖାଯାଇଛି।

ମାଇକ୍ରୋମାକ୍ସ IN 2c: କ୍ୟାମେରା ଫିଚର୍ ବିଷୟରେ କହିବାକୁ ଗଲେ, ଏହି ମାଇକ୍ରୋମାକ୍ସ ଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ପ୍ରାଇମେରୀ ଲେନ୍ସ 8 ମେଗାପିକ୍ସେଲ ଏବଂ ଦ୍ୱିତୀୟ ଲେନ୍ସ ପୋଟ୍ରେଟ୍ ପାଇଁ ରଖାଯାଇଛି। ଏହାର କମ୍ପାନୀ ଦ୍ୱିତୀୟ ଲେନ୍ସର ମେଗାପିକ୍ସେଲ ବିଷୟରେ ସୂଚନା ଦେଇନାହିଁ। ଆଗରେ 5 ମେଗାପିକ୍ସେଲ କ୍ୟାମେରା ଅଛି।

କ୍ୟାମେରା ସହିତ ପୋଟ୍ରେଟ୍, ବିଉଟି କ୍ୟାମେରା, AI, ନାଇଟ ମୋଡ଼, QR କୋଡ୍ ସ୍କାନର୍ ଏବଂ ସ୍ଲୋ ମୋସନ ମଧ୍ୟ ରହିଛି । ମାଇକ୍ରୋମାକ୍ସ IN 2c ର ବ୍ୟାଟେରୀ ଏବଂ କନେକ୍ଟିଭିଟି ମଧ୍ୟ ଭଲ ରହିଛି। ଏହାର 10W ଚାର୍ଜିଂ ସପୋର୍ଟ ସହିତ 5000mAh ବ୍ୟାଟେରୀ ରହିଛି। ପ୍ରାୟ ଅଢେଇ ଘଣ୍ଟାରୁ କମ୍ ସମୟ ମଧ୍ୟରେ ବ୍ୟାଟେରୀ ସଂପୂର୍ଣ୍ଣ ଚାର୍ଜ ହୋଇପାରିବ। ସଂଯୋଗ ପାଇଁ, ଫୋନ୍ ୱାଇ-ଫାଇ, 2G, 3G ଏବଂ 4G କୁ ସପୋର୍ଟ କରେ। ଏହି ଫୋନରେ ସିଙ୍ଗଲ ସ୍ପିକର, 3.5mm ମିମି ହେଡଫୋନ୍ ଜ୍ୟାକ୍ ଏବଂ ଟାଇପ୍-ସି ଚାର୍ଜିଂ ପୋର୍ଟ ଅଛି। ଫୋନର ମୋଟ ଓଜନ ୧୯୮ ଗ୍ରାମ।

ମାଇକ୍ରୋମାକ୍ସ IN 2c: ମାଇକ୍ରୋମାକ୍ସ IN 2c ର ମୂଲ୍ୟ ୭ ହଜାର ୪୯୯ ଟଙ୍କା ରଖାଯାଇଛି, ଯାହାକି ଏହାର ଲଞ୍ଚ ମୂଲ୍ୟ। ପରେ ଏହାର ମୂଲ୍ୟ ୮ ହଜାର, ୪୯୯ ଟଙ୍କା ହେବ ବୋଲି କୁହାଯାଉଛି।ମାଇକ୍ରୋମାକ୍ସ IN 2c ର ପ୍ରଥମ ବିକ୍ରୟ ଆସନ୍ତା ମାସ ମେ ୧ ରେ ହେବ, ଯଦିଓ ଏହି ବିକ୍ରୟ କେଉଁ ପ୍ଲାଟଫର୍ମରେ ହେବ ସେନେଇ କମ୍ପାନୀ କୌଣସି ସୂଚନା ଦେଇ ନାହିଁ। ତେବେ ପ୍ରଥମ ସେଲରେ ଆପଣ କମ୍ ମୂଲ୍ୟରେ ଏହି ଫୋନ୍ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.