ରାଜ୍ୟ

ଡ୍ରାଇଭର ମର୍ଡ଼ର ଓ ଟ୍ୟାକ୍ସି ଲୁଟ୍‌ ଘଟଣା: ଘଷିପୁରାରେ ଡେଡବଡି, ନିଆଳିରୁ ମିଳିଲା କାର

କଟକ (କେନ୍ୟୁଜ): ଡ୍ରାଇଭର ମର୍ଡ଼ର ଓ ଟ୍ୟାକ୍ସି ଲୁଟ୍‌ ଘଟଣାରେ ନିଆଳିରୁ ମିଳିଲା ଲୁଟ୍‌ କାର । ଆସିଲା ଲେଡି ଡନ୍‌ ଓ ସହଯୋଗୀର ସନ୍ଦିଗ୍ଧ ଫଟୋ । ଯାତ୍ରୀ ବେଶରେ ଆସି ଡ୍ରାଇଭରକୁ ହତ୍ୟା କରି ଗାଡ଼ି ଲୁଟି ନେଇଥିଲେ । ମର୍ଡର ପରେ ରାସ୍ତା କଡ଼ରେ ମୃତଦେହକୁ ଫିଙ୍ଗି ଦେଇ ଫେରାର ମାରିଛନ୍ତି । କେନ୍ଦୁଝର ଘସିପୁରାରୁ ମୃତଦେହ ମିଳିଥିବା ବେଳେ ଏବେ ନିଆଳି ଗୋବିନ୍ଦପୁରରୁ ଠାବ ହୋଇଛି ସୁଇଫ୍‌ଟ ଡିଜାୟାର କାର୍‌ । ନଦୀ ବନ୍ଧ କଡ଼ରୁ ମିଳିଛି ଏହି କାର। ଗାଡି କେବେ ଓ କିପରି ଏଠାକୁ ଆସିଲା ତାର ତଦନ୍ତ କରୁଛି ପୋଲିସ।

ଗତ ୨୪ ତାରିଖ ଦିନ କଟକ କଲେଜ ଛକ ଟ୍ଯାକ୍ସି ଷ୍ଟାଣ୍ଡରୁ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ କାର ଭଡାରେ ନେଇ । OD 02AA 1962 ନମ୍ବର ଗାଡ଼ିକୁ ଭଡ଼ାରେ ନେଇଥିଲେ । କାର୍‌୍‌ର ଡ୍ରାଇଭର ଥିଲେ ଭଗବାନ ବୈରୀଗଞ୍ଜନ । ସେମାନେ କଟକରୁ ଯାଜପୁର ଯାଇଥିଲେ । କଟକରୁ ସାଢ଼େ ୮ଟା ବେଳେ କାରରେ ସେମାନେ ବାହାରିଥିଲେ । ପରବର୍ତ୍ତୀ ସମୟରେ ୨୭ ତାରିଖ ଦିନ ଘଷିପୁରା ଅଂଚଳରେ ବୈରୀଗଞ୍ଜନଙ୍କ ଗଳିତ ମୃତ ଦେହ ମିଳିଥିଲା । କିଛି ସମୟ ପୂର୍ବରୁ ମଙ୍ଗୁଳି ଟୋଲଗେଟ ନିକଟରେ ଗାଡ଼ି ପାସ୍‌ କରୁଥିବାର ସିସିଟିଭି ଫୁଟେଜ୍‌ ମିଳିଥିଲା । ୨୪ ତାରିଖ ରାତି ୯ଟା ୭ ମିନିଟରେ ଗାଡି ଟୋଲ ଗେଟ୍‌ କ୍ରସ କରିଥିଲା । ଏହାକୁ ଆଧାର କରି ପୋଲିସ ତଦନ୍ତ କରି କାର୍‌୍‌କୁ ଠାବ କରିଛି ।

Barsha

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

4 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

23 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

28 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

34 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

43 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago