ରାଜ୍ୟ

ନିଶାଶକ୍ତ ଯୁବକର ଉନ୍ମତ୍ତ କାଣ୍ଡ: ନିଆଁ ଲାଗାଇ ଜାଳିଦେଲା ନିଜ ଘର

ଉଦଳା(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ଘର । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଘରକୁ ପାଉଁଶ କରିଦେଲା ।  ବାସନ କୁସନ, ଲୁକା ପଟା କେମିତି ସବୁ ପୋଡି ଏଣେ ତେଣେ ପଡିଛି । ହେଲେ ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା କେମିତି? କେମିତି କେହି ଜାଣିପାରିଲେ ନାହିଁ? ତେବେ ଅଗ୍ନିକାଣ୍ଡ ପଛର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତରେ ଦେବେ । କାହିଁକି ନା ଏହି ପୋଡିଯାଇଥିବା ଘରଟି ଯାହାର ସେ ନିଜେ ହିଁ ପୋଡିଦେଇଛି ନିଜ ଘର ।

ହଁ ଆଜ୍ଞା ନାଲି ପାଣି କଲା ବାୟା । ନିଶାଶକ୍ତ ଯୁବକ ଘଟାଇଛି ଏଭଳି ଉନ୍ମତ୍ତ କାଣ୍ଡ । ନିଶା ଖାଇ ଘରକୁ ଆସିଲା ଆଉ ନିଜ ଘରେ ନିଜେ ନିଆଁ ଲଗାଇଦେଲା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସହରସାହି ଗ୍ରାମରେ । ଗ୍ରାମର କଟିଆ ଦେହୁରୀ ଗତକାଲି ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଅନ୍ୟ ସଦସ୍ୟମାନେ ଘରେ ନ ଥିବା ସେ ଜାଣିବାକୁ ପାଇଥିଲେ। ଆଉ ନିଶାଶକ୍ତ ଅବସ୍ଥାରେ ଘଟାଇ ବସିଲା ଅମାନବୀୟ କାଣ୍ଡ।

ନିଜ ଘରେ ନିଜେ ଲଗାଇଦେଲା ନିଆଁ। ନିଆଁ ଲଗାଇ ସେଠାରୁ ସେ ଚମ୍ପଟ ମାରିଥିବା ବେଳେ, ନିଆଁ ହୁତୁ ହୁତୁ ହୋଇ ଜଳିବା ସହିତ ପୁରା ଘର ଜଳି ପୋଡି ଛାରଖାର ହୋଇଯାଇଥିଲା । ତେବେ ସ୍ଥାନୀୟ ଲୋକେ ନିଆଁ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ହେଲେ ନିଆଁରେ ଦୁଇ ବଖରା ଘର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଥିବା ଘର ଲୋକ କହିଛନ୍ତି ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

6 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

7 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

9 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

9 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

10 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

11 hours ago