ନିଶାଶକ୍ତ ଯୁବକର ଉନ୍ମତ୍ତ କାଣ୍ଡ: ନିଆଁ ଲାଗାଇ ଜାଳିଦେଲା ନିଜ ଘର
ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ଘର । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଘରକୁ ପାଉଁଶ କରିଦେଲା । ବାସନ କୁସନ, ଲୁକା ପଟା କେମିତି ସବୁ ପୋଡି ଏଣେ ତେଣେ ପଡିଛି । ହେଲେ ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା କେମିତି?

ଉଦଳା(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳିପୋଡି ପାଉଁଶ ହୋଇଗଲା ଘର । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଘରକୁ ପାଉଁଶ କରିଦେଲା । ବାସନ କୁସନ, ଲୁକା ପଟା କେମିତି ସବୁ ପୋଡି ଏଣେ ତେଣେ ପଡିଛି । ହେଲେ ଏମିତି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା କେମିତି? କେମିତି କେହି ଜାଣିପାରିଲେ ନାହିଁ? ତେବେ ଅଗ୍ନିକାଣ୍ଡ ପଛର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତରେ ଦେବେ । କାହିଁକି ନା ଏହି ପୋଡିଯାଇଥିବା ଘରଟି ଯାହାର ସେ ନିଜେ ହିଁ ପୋଡିଦେଇଛି ନିଜ ଘର ।
ହଁ ଆଜ୍ଞା ନାଲି ପାଣି କଲା ବାୟା । ନିଶାଶକ୍ତ ଯୁବକ ଘଟାଇଛି ଏଭଳି ଉନ୍ମତ୍ତ କାଣ୍ଡ । ନିଶା ଖାଇ ଘରକୁ ଆସିଲା ଆଉ ନିଜ ଘରେ ନିଜେ ନିଆଁ ଲଗାଇଦେଲା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସହରସାହି ଗ୍ରାମରେ । ଗ୍ରାମର କଟିଆ ଦେହୁରୀ ଗତକାଲି ସନ୍ଧ୍ୟାରେ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ଅନ୍ୟ ସଦସ୍ୟମାନେ ଘରେ ନ ଥିବା ସେ ଜାଣିବାକୁ ପାଇଥିଲେ। ଆଉ ନିଶାଶକ୍ତ ଅବସ୍ଥାରେ ଘଟାଇ ବସିଲା ଅମାନବୀୟ କାଣ୍ଡ।
ନିଜ ଘରେ ନିଜେ ଲଗାଇଦେଲା ନିଆଁ। ନିଆଁ ଲଗାଇ ସେଠାରୁ ସେ ଚମ୍ପଟ ମାରିଥିବା ବେଳେ, ନିଆଁ ହୁତୁ ହୁତୁ ହୋଇ ଜଳିବା ସହିତ ପୁରା ଘର ଜଳି ପୋଡି ଛାରଖାର ହୋଇଯାଇଥିଲା । ତେବେ ସ୍ଥାନୀୟ ଲୋକେ ନିଆଁ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ହେଲେ ନିଆଁରେ ଦୁଇ ବଖରା ଘର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଥିବା ଘର ଲୋକ କହିଛନ୍ତି ।