ହଷ୍ଟେଲରେ ଫାଟିଲା ଟ୍ରାନ୍ସଫର୍ମର, ୭ ଗୁରୁତର; ଝରକାରୁ ଡେଇଁ ନିଜ ଜୀବନ ବଞ୍ଚାଇଲେ ଅନେକ ଛାତ୍ର

ରାଜସ୍ଥାନର କୋଟାରେ ଏକ ହଷ୍ଟେଲରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୭ ଛାତ୍ର ଗୁରୁତର ଆହତ ହୋଇଛନ୍ତି ।

ରାଜସ୍ଥାନର କୋଟାରେ ଏକ ହଷ୍ଟେଲରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୭ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଅନେକ ଛାତ୍ର ନିଜ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ତଳକୁ ଡେଇଁପଡିଥିଲେ । ହଷ୍ଟେଲର କର୍ମଚାରୀ ଏବଂ ଲୋକମାନେ ଉଦ୍ଧାର କାର୍ଯ୍ୟ କରି ହଷ୍ଟେଲରେ ଫସି ରହିଥିବା ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ ।

ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି । ନିଜ ଜୀବନ ବଞ୍ଚାଇବା ପାଇଁ ଝାରକା ବାଟେ ଡେଇଁଥିବା ଛାତ୍ରମାନଙ୍କ ଶରୀରରେ ଫ୍ରାକ୍ଚର ହୋଇଛି । କୁହାଯାଉଛି ଯେ ହଷ୍ଟେଲରେ ପାଖାପାଖି ୭୦ ଜଣ ଛାତ୍ର ରହୁଥିଲେ, ଯେଉଁମାନେ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଇଁ ପ୍ରସ୍ତୁତ ହେବାକୁ କୋଟା ଆସିଥିଲେ ।

ନିଆଁ ଲାଗିବା ବିଷୟରେ ସୂଚନା ପାଇ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଛି । ଏହାସହ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ମିଡିଆ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣା କୋଟା ସହରର କୁହ୍ନାଡି ଅଞ୍ଚଳରେ ଥିବା ଆଦର୍ଶ ହଷ୍ଟେଲରେ ଘଟିଛି । ତଳ ମହଲାରେ ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ଲାଗିଥିଲା, ଯେଉଁଥିରେ ହଠାତ୍ ବଡ଼ ବିସ୍ଫୋରଣ ହୋଇଥିଲା । ଏହାପରେ ଭୀଷଣ ନିଆଁ ଲାଗିଯାଇଥିଲା । ଉପର ମହଲାକୁ ମଧ୍ୟ ନିଆଁ ବ୍ୟାପିଯାଇଥିଲା । ବହୁ ଉଚ୍ଚତା ପର୍ଯ୍ୟନ୍ତ ନିଆଁ ଦେଖି ଛାତ୍ରମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ଛାତ୍ରମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ଏତିକି ବେଳେ ନିଆଁ ସଂସ୍ପର୍ଶରେ ଆସି ୭ ଛାତ୍ର ଗୁରୁତର ଆହତ ହୋଇଥିଲେ । ଅନ୍ୟମାନେ ଦେହରେ ଚାଦର ଗୁଡ଼ାଇ ଝରକାରୁ ତଳକୁ ଡେଇଁପଡ଼ିଥିଲେ ।

କୋଟା ମ୍ୟୁନିସିପାଲିଟି କର୍ପୋରେସନର ସିଏଫଓ ରାକେଶ ବ୍ୟାସଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ କିଛି ଛାତ୍ର ଶୋଇଥିବା ବେଳେ ଆଉ କିଛି ଛାତ୍ର ପାଠ ପଢ଼ୁଥିଲେ । ସେମାନେ ଝରକା ବାହାରେ ନିଆଁ ଦେଖି ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ଖବର ପାଇ କୋଟାରୁ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୨ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସମସ୍ତ ପିଲା ସୁରକ୍ଷିତ ଥିବାବେଳେ ବହୁ ଆର୍ଥିକ କ୍ଷତି ହୋଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.