ଲଞ୍ଚ ହେଲା Bajaj Pulsar N250, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆମେ ଅପଡେଟ୍‌ ମଡେଲ ବିଷୟରେ କଥା ହେବା ତେବେ ନୂଆ ବଜାଜ ପଲସର N250 ବତ୍ତର୍ମାନ ବ୍ଲାକ, ରେଡ୍‌ ଏବଂ ହ୍ଵାଇଟ୍‌ ଭଳି ତିନୋଟି ନୂଆ କଲରରେ ଚେଞ୍ଜ ହୋଇଛି । ଏଥିରେ ଏକ ନୂଆ ୩୭mm USD ଫ୍ରଣ୍ଟ ଫୋର୍କ ସସପେନ୍ସ ଅଛି, ଯାହାକୁ ହ୍ୟାଣ୍ଡେଲିଂ ପାଇଁ ଦିଆଯାଇଛି । ଏହି ମଡେଲରେ ଭଲ ରାଇଡିଂ ଏକ୍ସପେରିଏନ୍ସ ମିଳିବ ।

ବଜାଜର ନୂଆ ୨୦୨୪ ପଲସର N250 ଲଞ୍ଚ ହୋଇଯାଇଛି । ଏହାର ଦିଲ୍ଲୀ ଏକ୍ସ ସୋ’ ରୁମ୍‌ ପ୍ରାଇସ୍‌ ୧,୫୦,୮୨୯ ଟଙ୍କା ରଖାଯାଇଛି । ଏହାର ଅର୍ଥ ହେଉଛି ଅପଡେଟ୍ ହୋଇଥିବା ମଡେଲ୍ ପୂର୍ବ ମଡେଲ୍ ତୁଳନାରେ ମାତ୍ର ୮୫୧ ଟଙ୍କା ମହଙ୍ଗା ହୋଇଛି । ଏହି ମଡେଲ TVS Apache RTR 200 4V, Honda Hornet ଏବଂ Suzuki Gixxer 250 ସହିତ ପ୍ରତିଦ୍ୱନ୍ଦିତା କରିବ ।

ଯଦି ଆମେ ଅପଡେଟ୍‌ ମଡେଲ ବିଷୟରେ କଥା ହେବା ତେବେ ନୂଆ ବଜାଜ ପଲସର N250 ବତ୍ତର୍ମାନ ବ୍ଲାକ, ରେଡ୍‌ ଏବଂ ହ୍ଵାଇଟ୍‌ ଭଳି ତିନୋଟି ନୂଆ କଲରରେ ଚେଞ୍ଜ ହୋଇଛି । ଏଥିରେ ଏକ ନୂଆ ୩୭mm USD ଫ୍ରଣ୍ଟ ଫୋର୍କ ସସପେନ୍ସ ଅଛି, ଯାହାକୁ ହ୍ୟାଣ୍ଡେଲିଂ ପାଇଁ ଦିଆଯାଇଛି । ଏହି ମଡେଲରେ ଭଲ ରାଇଡିଂ ଏକ୍ସପେରିଏନ୍ସ ମିଳିବ ।

ଏହା ବ୍ୟତୀତ ନୂଆ ପଲସର N250 କୁ ପଲସର NS200 ଭଳି ଏକ ନୂଆ ଡିଜିଟାଲ୍ ଇନଷ୍ଟମେଣ୍ଟ କ୍ଲଷ୍ଟର ଦିଆଯାଇଛି । ଏହା ହେଉଛି ଏକ LCD ୟୁନିଟ୍, ଯାହା ଟ୍ୟାକୋମିଟର ରିଡିଂ, ମାଇଲେଜ୍, ସ୍ପିଡ୍‌, ଫ୍ୟୁଲ୍‌ ଲେଭଲ୍‌ , ଓଡୋମିଟର ଏବଂ ଟ୍ରିପ୍ ମିଟର ରିଡିଂ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଦେଖାଇଥାଏ ।

ଏହା ସହିତ ୨୦୨୪ ବଜାଜ ପଲସର N250ରେ ସ୍ମାର୍ଟଫୋନ କନେକ୍ଟିଭିଟି ଅଛି, ଯାହା ଦ୍ୱାରା ଆପଣ କଲ୍, SMS ଆଲର୍ଟ ଏବଂ ଟର୍ନ-ବାଇ-ଟର୍ନ ନେଭିଗେସନ୍ ବ୍ୟବହାର କରିପାରିବେ । ବାଇକର ଏହି ଅପଡେଟ୍ ଭର୍ସନରେ ହ୍ୟାଣ୍ଡେଲରେ ଲାଗିଥିବା ସୁଇଚ୍ ଗିଅର୍ ମଧ୍ୟ ଚେଞ୍ଜ କରାଯାଇଛି ଏବଂ ନୂଆ ବଟନ୍ ଦିଆଯାଇଛି ।

ନୂଆ ପଲସର N250ର ସିଟରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଏହାର ସିଟ୍‌ ପୂର୍ବ ଅପେକ୍ଷା ୫ ମିମି ଉଚ୍ଚ ରଖାଯାଇଛି, ଯାହା ବର୍ତ୍ତମାନ ୮୦୦ ମିମି । ଏହାର ଓଜନ ମଧ୍ୟ ୨ କିଲୋଗ୍ରାମ ବୃଦ୍ଧି ପାଇଛି । ତେବେ ଏହାର ହ୍ୱିଲ୍ ବେସ୍ ୯ ମିମି ହ୍ରାସ କରାଯାଇଛି, ଯାହା ବର୍ତ୍ତମାନ ୧୩୪୨ ମିମି ରହିଛି । ଏହି ବାଇକରେ ୧୬୫ ମିମି ଗ୍ରାଉଣ୍ଡ କ୍ଲିୟରାନ୍ସ ଏବଂ ୧୪ ଲିଟରର ଫ୍ୟୁଏଲ୍‌ ଟ୍ୟାଙ୍କ ଅଛି । ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଲୋକମାନେ ଏହାକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏହି ମଡେଲରେ ଅଳ୍ପ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.