ଅସମ୍ଭାଳ ତାତି: ଦିନ ୧୧ଟା ୩୦ ସୁଦ୍ଧା ୩୭.୪ ଡିଗ୍ରୀରେ ଭାଜି ହେଲା ରାଜଧାନୀ

ପୁଣି ଜଳିଲା ରାଜଧାନୀ । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ବରରରେ ୩୫.୮ ଓ ରାଉରକେଲାରେ ୩୫.୪ ଡଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ରାଜଧାନୀ ।  ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ବରରରେ ୩୫.୮ ଓ ରାଉରକେଲାରେ ୩୫.୪ ଡଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କାଲିଠୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୪ ଦିନ ଯାଏ ତାପମାତ୍ରା ୫ରୁ ୬ ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ପାର କରିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଆସନ୍ତାକାଲିଠୁ ତିନି ଦିନ ପାଇଁ ପ୍ରଚଣ୍ଡ ହିଟୱେଭ୍ ନେଇ ସତର୍କ ସୂଚନା ଜାରି ହୋଇଛି । ୧୩ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ରାଜ୍ୟବାସୀଙ୍କୁ କଲବଲ କରିବ ତାତି ଓ ଗୁଳୁଗୁଳି । ଗତକାଲି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ପାରଲାଖେମୁଣ୍ଡି । ସେଠାରେ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ ହୋଇଥିଲା । ୩୭ ଡିଗ୍ରୀ ଉପରେ ରହିଥିଲା ୬ଟି ସହରର ତାତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.