ମଧ୍ୟପ୍ରଦେଶ : ହାରିଗଲା ବୋରୱେଲରେ ଖସିପଡିଥିବା ମୟଙ୍କ, ୪୦ ଘଣ୍ଟା ସର୍ଚ୍ଚ ଅପରେସନ ପରେ ମଧ୍ୟ ବଞ୍ଚିପାରିଲାନି ଜୀବନ

ଦୀର୍ଘ ୪୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ୬ ବର୍ଷୀୟ ମୟଙ୍କକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍‌ ୪୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପିଲାକୁ ବାହାର କରିଥିଲେ । ଉତ୍ତରପ୍ରଦେଶର ରେଓ୍ଵା ଜିଲ୍ଲାର ମାନିକା ଗାଁରେ ଘଟିଥିଲା ।

ମଧ୍ୟପ୍ରଦେଶ ରେଓ୍ଵାରେ  ବୋରୱେଲରେରେ ଖସିପଡିଥିବା ୬ ବର୍ଷର ପିଲା ଶେଷରେ ଜୀବନ ବାଜିରେ ହାରିଯାଇଛି । ଦୀର୍ଘ ୪୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ୬ ବର୍ଷୀୟ ମୟଙ୍କକୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍‌ ୪୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ପିଲାକୁ ବାହାର କରିଥିଲେ ।

ଖବର ମୁତାବକ, ଉତ୍ତରପ୍ରଦେଶ ରେଓ୍ଵାର ମାନିକା ଗାଁରେ ଶୁକ୍ରବାର ଅପରାହ୍ନ ୩ଟା ବେଳେ ୬ ବର୍ଷର ପିଲା ମୟଙ୍କ ଖେଳୁଥିବା ବେଳେ ବୋରୱେଲରେରେ ଖସିପଡିଥିଲା । ଗହମ ବିଲରେ ଖୋଳାଯାଇଥିବା ୭୦ ଫୁଟ ଗଭୀର ବୋରୱେଲରେରେ ଖସି ପିଲାଟି ୪୦ ଫୁଟରେ ଫସିରହିଥିଲା । ପିଲାଟି ଖସିପଡିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା ।

ତୁରନ୍ତ ଘଟଣା ସ୍ଥଳରେ ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ପିଲାଟି ପାଖକୁ ଅକ୍ସିଜେନ ପଠାଯାଇଥିଲା । ତେବେ ୪୦ ଘଣ୍ଟା ପରିଶ୍ରମ କରିବା ପରେ ପିଲାଟିକୁ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

କର୍ଣ୍ଣାଟକର ଲାଚାୟନ ଗାଁରେ ଘର ପାଖରେ ଖେଳୁଥିବା ସମୟରେ ଦେଢ ବର୍ଷର ଶିଶୁ ଏକ ଖୋଲା ବୋରୱେଲରେ ଖସି ପଡିଥିଲା ।  ତେବେ ଏନ୍ଡିଆରଏଫ୍ ଟିମ୍ ଦ୍ୱାରା ଶିଶୁର ଉଦ୍ଧାର କରିଥିଲେ ।  ପୋଲିସ କହିବା ମୁତାବକ, ପିଲାଟି ଘରୁ ଆସି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିଲା । ୨୧ ଘଣ୍ଟାର ଅପରେସନ ପରେ ଶେଷରେ ଶିଶୁଟିକୁ ଉଦ୍ଧାର କରିଥିଲା ଉଦ୍ଧାରକାରୀ ଟିମ୍ ।  ପିଲାଟି ଘରୁ ଆସି ଖେଳୁଥିବା ବେଳେ ବୋରୱେଲରେ ଖସିପଡିଥିଲା । ତେବେ ପିଲାଟି କାନ୍ଧୁଥିବା ଶୁଣି ତୁରନ୍ତ ପରିବାରକୁ ସୂଚନା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.