ରୋଷେଇ ଘରେ ମିଳୁଥିବା ଏହି ୫ଟି ଜିନିଷ ବ୍ୟବହାର କରନ୍ତୁ କେଶ ଝଡ଼ିବାରୁ ମିଳିବ ମୁକ୍ତି

ପୂର୍ବ କାଳରୁ ଏହି ଘରୋଇ ଉପଚାର କେବଳ ଆପଣଙ୍କ କେଶ ଝଡ଼ିବା ବନ୍ଦ କରେ ନାହିଁ ବରଂ ସେମାନଙ୍କୁ ମୂଳରୁ ଷ୍ଟଙ୍ଗ କରେ । ଯଦି ଆପଣ ମଧ୍ୟ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କ କେଶର ପୁଣି ବଢିବା ଏବଂ ଲମ୍ବା ହେବା ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରିବା ଆରମ୍ଭ କରନ୍ତୁ ।

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ୍‌ ଏବଂ ଖାଇବା ଅଭ୍ୟାସ ହେତୁ ଲୋକଙ୍କ କେଶ ବହୁତ ଅଧିକ ଝଡିବାକୁ ଲାଗୁଛି । ଏଭଳି ପରିସ୍ଥିତିରେ ଲୋକମାନେ କେଶ ଝଡ଼ିବା ପାଇଁ ଦାମୀ ତେଲ, ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରନ୍ତି । କିନ୍ତୁ ଏସବୁ କରିବା ପରେ ମଧ୍ୟ କେଶ ମୋଟା ଏବଂ ଲମ୍ବା ହେବା ପରିବର୍ତ୍ତେ ଝଡ଼ିବାକୁ ଲାଗୁଛି । ତେବେ କେଶ ପାଇଁ କେମିକାଲ ପ୍ରଡକ୍ଟରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ, ଆପଣ ନିଜ ରୋଷେଇ ଘରେ ଥିବା ଏହି ଜିନିଷଗୁଡିକ ବ୍ୟବହାର କରିବା ଉଚିତ୍ । ପୂର୍ବ କାଳରୁ ଏହି ଘରୋଇ ଉପଚାର କେବଳ ଆପଣଙ୍କ କେଶ ଝଡ଼ିବା ବନ୍ଦ କରେ ନାହିଁ ବରଂ ସେମାନଙ୍କୁ ମୂଳରୁ ଷ୍ଟଙ୍ଗ କରେ । ଯଦି ଆପଣ ମଧ୍ୟ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କ କେଶର ପୁଣି ବଢିବା ଏବଂ ଲମ୍ବା ହେବା ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରିବା ଆରମ୍ଭ କରନ୍ତୁ । ତାହେଲେ ଆସନ୍ତୁ ଜାଣିବା ଯେ କେଶର ଯତ୍ନ ନେବା ପାଇଁ କେଉଁ ସବୁ ଘରୋଇ ଜିନିଷ ବ୍ୟବହାର କରିପାରିବେ ।

କେଶ ଝଡିବା କମ୍‌ କରିବା ପାଇଁ ଏହି ଜିନିଷଗୁଡିକ ବ୍ୟବହାର କରନ୍ତୁ :

ପିଆଜ : ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣରେ ଭରପୂର ପିଆଜ, ହେୟାର ସେଲ୍ସର ଇନ୍‌ଫେକ୍ସନ୍‌ରୁ ମୁକ୍ତି ଦେଇଥାଏ । ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣଗୁଡିକ କେଶର ମୂଳରୁ ରୁପିକୁ ବାହାର କରିଦିଏ । ପିଆଜ ରସ ସହିତ ମାଲିସ କରିବା ଦ୍ୱାରା କେଶ ଝଡ଼ିବା କମିଯାଏ । ପିଆଜ ରସରେ ସଲଫର ମିଳିଥାଏ ଯାହା କେଶ ଝଡିବାକୁ ରୋକିଥାଏ ।

ମେଥି : ଜିଙ୍କ, ଫସଫରସ୍, ଫୋଲିକ୍ ଏସିଡ୍, ଆଇରନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ A, ଭିଟାମିନ୍ B ଏବଂ ଭିଟାମିନ୍ C ପରି ଖଣିଜ ପଦାର୍ଥ ମଧ୍ୟ ମେଥିରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଫାଇବର ଏବଂ ଷ୍ଟାର୍ ଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା କେଶକୁ ହେଲଦି ରଖେ । ତେବେ ମେଥିରେ ଥିବା ଏହି ପୋଷକ ତତ୍ତ୍ୱ କେଶର ଫୋଲିକଲ୍‌ଗୁଡ଼ିକୁ ମଜ୍‌ବୁତ କରିଥାଏ । ଆପଣ ମେଥିକୁ ହେୟାର ପ୍ୟାକ୍, ତେଲ ଏବଂ କଣ୍ଡିସନର ଆକାରରେ ବ୍ୟବହାର କରିପାରିବେ ।

ଭୃସଙ୍ଗ ପତ୍ର : ଭୃସଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଏ ନାହିଁ ବରଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଭୃସଙ୍ଗ ପତ୍ର ପ୍ରୋଟିନ୍, ଭିଟାମିନ୍ B, ଭିଟାମିନ୍ C, ବିଟା-କାରୋଟିନ୍ ର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଭୃସଙ୍ଗ ପତ୍ରଗୁଡିକରେ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ରହିଥାଏ ଏବଂ କେଶକୁ ମୂଳରୁ ମଜବୁତ କରିଥାଏ । ଭୃସଙ୍ଗ ପତ୍ରରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ ଯାହା କେଶକୁ ଲମ୍ବା କରିବାରେ ଏବଂ ଭଲ ରଖିବାରେ ସାହାଯ୍ୟ କରିଥାଏ ।

କଳାଜିରା : ଓମେଗା- ୩ ଏବଂ ଓମେଗା- ୪ ଫ୍ୟାଟି ଏସିଡରେ ଭରପୂର ହୋଇଥାଏ କଳାଜିର ମଞ୍ଜି, ଏହା କେଶକୁ ଭଲ ରଖିଥାଏ । ତେବେ ଏହାକୁ ନିୟମିତ ଭାବେ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା କମ ହୋଇଥାଏ ଏବଂ କେଶ ଲମ୍ବା ରହିଥାଏ । ଆପଣ କଳାଜିରା ମଞ୍ଜିକୁ ହେୟାର ମାସ୍କ ଏବଂ ତେଲ ଭାବରେ ବ୍ୟବହାର କରିପାରିବେ ।

ଅଁଳା : ଅଁଳାରେ ଭିଟାମିନ୍ C ସହିତ ଭିଟାମିନ୍ E ଭରପୂର ରହିଥାଏ । ଯାହା କେଶକୁ ହେଲଦି ରଖେ ଏବଂ ଏହାକୁ ଲମ୍ବା କରିଥାଏ । ଏଥିରେ ଥିବା ଭିଟାମିନ୍ C କୋଲାଜେନ୍ ଉତ୍ପାଦନକୁ ବଢାଇଥାଏ, ଯାହା କେଶ କୋଷକୁ ମଜବୁତ କରିବ । ଯଦି ଆପଣଙ୍କ କେଶ ବହୁତ ଝଡୁଛି, ତାହେଲେ ଆପଣ ଅଁଳା ରସ ପିଅନ୍ତୁ । ଏହା ସହିତ ଆପଣ ଅଁଳା ହେୟାର ପ୍ୟାକ୍ ଏବଂ ଅଁଳା କଣ୍ଡିସନର ମଧ୍ୟ ବ୍ୟବହାର କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.