ରାଜ୍ୟ

ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ୪ ଦିନ: ୨୭ରୁ ହୋମଯଜ୍ଞ ଆରମ୍ଭ, ଆଜି ଅଙ୍କରାରୋପଣ

ସମ୍ବଲପୁର (କେନ୍ୟୁଜ): ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ୪ ଦିନ । ୨୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨୭ ତାରିଖରୁ ୫ ଦିନିଆ ହୋମଯଜ୍ଞ ଆରମ୍ଭ ହେବ । ଆଜି ଏହି ଯଜ୍ଞର ଅଙ୍କରାରୋପଣ ହେବ । ମୋଟ୍ ୫ଟି ଯଜ୍ଞ ମଣ୍ଡପ ନିର୍ମାଣ ହୋଇଛି ।

୨୬ ତାରିଖରେ ଯଜ୍ଞ ପାଇଁ ୧୧ଶହ ମହିଳାଙ୍କ ଦ୍ବାରା ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ ହେବ । ୨୭ ସନ୍ଧ୍ୟାରେ ମହାନଦୀ କୂଳରେ ନିର୍ମିତ ଦୁଇ ବିଶାଳ ମଞ୍ଚରୁ ମହାନଦୀ ଆଳତି ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ଓଡ଼ିଶା ଓ ଛତିଶଗଡ଼ର ୨୧ ଜଣ ପଣ୍ଡିତ । ଏବେ ସମଲେଇ ପ୍ରକଳ୍ପ କାମରେ ଶେଷ ସ୍ପର୍ଷ ଦେଉଛନ୍ତି ଶ୍ରମିକ ଓ କାରିଗର । ନୂତନ ମନ୍ଦିର ବେଢ଼ା ନିର୍ମାଣ କାମ ଶେଷ ହୋଇଛି । ଜୋରସୋରରେ ଚାଲିଛି ଏହାର ରଙ୍ଗ କାମ ।

ପୋଡିୟମ୍, କ୍ଲକ୍ ରୁମ୍ ନିର୍ମାଣ ସହ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ଦ୍ରୁତ ଗତିରେ ଚାଲିଛି । ସୂଚନା କେନ୍ଦ୍ର, ତୀର୍ଥ ଯାତ୍ରୀ ଓ ପୂଜକଙ୍କ ସୁବିଧା କେନ୍ଦ୍ର, ଦୀପ ଘର, ଭୋଗ ମଣ୍ଡପ, ପୂଜାରୀଙ୍କ ବିଶ୍ରାମ ଗୃହ ଓ ଭେଣ୍ଡିଂ ଜୋନ୍ କାମରେ ଦିଆଯାଉଛି ଶେଷ ସ୍ପର୍ଶ। ଶ୍ରଦ୍ଧାଳୁ କିଭଳି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭୂତି ନେଇ ଫେରିବେ ତାକୁ ଗୁରୁତ୍ବ ଦିଆଯାଇଛି । ୨୦୧୯ରୁ ରାଜ୍ୟ ସରକାର ସମଲେଇ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରାୟ ୪୦ ଏକର ଜମିରେ କାର୍ଯ୍ୟକାରୀ ହେଉଛି ।

ପ୍ରକଳ୍ପର ବ୍ୟୟ ଅଟକଳ ରହିଛି ୨୯୩ କୋଟି ଟଙ୍କା । ପ୍ରକଳ୍ପରେ ରହିଛି ୪ଟି ଦ୍ୱାର, ମହାନଦୀ ଆଳତୀ, ଦୀପ ଘର, ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା, କ୍ଳକ ରୁମ, ମହାନଦୀ ରିଭର ଭିୟୁ, ୱାଚ ଟାୱାର, ଫାଉଣ୍ଟେନ, ଲମ୍ବା ଲନ ଓ ବଡ଼ ପାର୍କିଂ ବ୍ୟବସ୍ଥା ସହ ଯାତ୍ରୀଙ୍କ ରେଷ୍ଟ କରିବା ସ୍ଥାନ ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶି ଲୋକେ ଆଜି କ୍ୟାରିୟରକୁ ନେଇ ଖୁସି ଖବର ପାଇବେ

ମେଷ: ଆଜି ଆପଣଙ୍କର କିଛି ସମ୍ପର୍କୀୟଙ୍କ ସହିତ ଭେଟ ହୋଇପାରେ । ଧନ ମାମଲାରେ ଆଜିର ଦିନ କୁମ୍ଭ ରାଶି…

7 hours ago

ସରକାର ଗଠନ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି, ଜୁନ ୯ ରେ ଶପଥ ଉତ୍ସବ

ଜୁନ୯ ତାରିଖ ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।…

8 hours ago

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଉନ୍ମୋଚିତ ହେଲା ଗଳ୍ପ ସଙ୍କଳନ “ଦେବା ବସନ୍ତ”

ଭୁବନେଶ୍ୱର : ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୦…

8 hours ago

ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ିନେଲେ

କେନ୍ୟୁଜ(ବ୍ୟୁରୋ) : ସରକାର ବଦଳିବା ପରେ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପରୁ ୫୦୦ ରୁ ଉର୍ଦ୍ଧ୍ୱ ଫୋକସ ଲାଇଟ କାଢ଼ି ନିଆଯାଇଥିବା…

9 hours ago

ମୁଁଗେଡି ଜଙ୍ଗଲରେ ଗୁଳିବିନିମୟ, ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା  ମୁଁଗେଡି ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ । ପୋଲିସର ଏନକାଉଣ୍ଟରରେ ୫…

10 hours ago

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ମୃତ, ୪ ଗୁରୁତର

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ୫ ଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ…

11 hours ago