ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ୪ ଦିନ: ୨୭ରୁ ହୋମଯଜ୍ଞ ଆରମ୍ଭ, ଆଜି ଅଙ୍କରାରୋପଣ

ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ୪ ଦିନ । ୨୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨୭ ତାରିଖରୁ ୫ ଦିନିଆ ହୋମଯଜ୍ଞ ଆରମ୍ଭ ହେବ । ଆଜି ଏହି ଯଜ୍ଞର ଅଙ୍କରାରୋପଣ ହେବ । ମୋଟ୍ ୫ଟି ଯଜ୍ଞ ମଣ୍ଡପ ନିର୍ମାଣ ହୋଇଛି ।

ସମ୍ବଲପୁର (କେନ୍ୟୁଜ): ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ୪ ଦିନ । ୨୭ ତାରିଖରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ୨୭ ତାରିଖରୁ ୫ ଦିନିଆ ହୋମଯଜ୍ଞ ଆରମ୍ଭ ହେବ । ଆଜି ଏହି ଯଜ୍ଞର ଅଙ୍କରାରୋପଣ ହେବ । ମୋଟ୍ ୫ଟି ଯଜ୍ଞ ମଣ୍ଡପ ନିର୍ମାଣ ହୋଇଛି ।

୨୬ ତାରିଖରେ ଯଜ୍ଞ ପାଇଁ ୧୧ଶହ ମହିଳାଙ୍କ ଦ୍ବାରା ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ ହେବ । ୨୭ ସନ୍ଧ୍ୟାରେ ମହାନଦୀ କୂଳରେ ନିର୍ମିତ ଦୁଇ ବିଶାଳ ମଞ୍ଚରୁ ମହାନଦୀ ଆଳତି ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ଓଡ଼ିଶା ଓ ଛତିଶଗଡ଼ର ୨୧ ଜଣ ପଣ୍ଡିତ । ଏବେ ସମଲେଇ ପ୍ରକଳ୍ପ କାମରେ ଶେଷ ସ୍ପର୍ଷ ଦେଉଛନ୍ତି ଶ୍ରମିକ ଓ କାରିଗର । ନୂତନ ମନ୍ଦିର ବେଢ଼ା ନିର୍ମାଣ କାମ ଶେଷ ହୋଇଛି । ଜୋରସୋରରେ ଚାଲିଛି ଏହାର ରଙ୍ଗ କାମ ।

ପୋଡିୟମ୍, କ୍ଲକ୍ ରୁମ୍ ନିର୍ମାଣ ସହ ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କାମ ଦ୍ରୁତ ଗତିରେ ଚାଲିଛି । ସୂଚନା କେନ୍ଦ୍ର, ତୀର୍ଥ ଯାତ୍ରୀ ଓ ପୂଜକଙ୍କ ସୁବିଧା କେନ୍ଦ୍ର, ଦୀପ ଘର, ଭୋଗ ମଣ୍ଡପ, ପୂଜାରୀଙ୍କ ବିଶ୍ରାମ ଗୃହ ଓ ଭେଣ୍ଡିଂ ଜୋନ୍ କାମରେ ଦିଆଯାଉଛି ଶେଷ ସ୍ପର୍ଶ। ଶ୍ରଦ୍ଧାଳୁ କିଭଳି ଏକ ସୁନ୍ଦର ଆଧ୍ୟାତ୍ମିକ ଅନୁଭୂତି ନେଇ ଫେରିବେ ତାକୁ ଗୁରୁତ୍ବ ଦିଆଯାଇଛି । ୨୦୧୯ରୁ ରାଜ୍ୟ ସରକାର ସମଲେଇ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଥିଲେ । ପ୍ରାୟ ୪୦ ଏକର ଜମିରେ କାର୍ଯ୍ୟକାରୀ ହେଉଛି ।

ପ୍ରକଳ୍ପର ବ୍ୟୟ ଅଟକଳ ରହିଛି ୨୯୩ କୋଟି ଟଙ୍କା । ପ୍ରକଳ୍ପରେ ରହିଛି ୪ଟି ଦ୍ୱାର, ମହାନଦୀ ଆଳତୀ, ଦୀପ ଘର, ଭକ୍ତଙ୍କ ପାଇଁ ଧାଡି ବ୍ୟବସ୍ଥା, କ୍ଳକ ରୁମ, ମହାନଦୀ ରିଭର ଭିୟୁ, ୱାଚ ଟାୱାର, ଫାଉଣ୍ଟେନ, ଲମ୍ବା ଲନ ଓ ବଡ଼ ପାର୍କିଂ ବ୍ୟବସ୍ଥା ସହ ଯାତ୍ରୀଙ୍କ ରେଷ୍ଟ କରିବା ସ୍ଥାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.