Below header

ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ପ୍ରବଳ ଭିଡ

ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ ଦେଶର କୋଣ ଅନୁକୋଣ ଗଗନପବନ ରାମ ଭକ୍ତିରସରେ ଝଙ୍କୃତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ବି ପାର୍ବଣର ମାହୋଲ । ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ବିଶେଷ ଆୟୋଜନ କରାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ୍):  ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେବଳ ଅଯୋଧ୍ୟା ନୁହେଁ ଦେଶର କୋଣ ଅନୁକୋଣ ଗଗନପବନ ରାମ ଭକ୍ତିରସରେ ଝଙ୍କୃତ ହେଉଛି । ଦେଶର ବିଭିନ୍ନ ସ୍ଥାନରେ ବି ପାର୍ବଣର ମାହୋଲ । ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରରେ ବିଶେଷ ଆୟୋଜନ କରାଯାଇଛି । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ହନୁମାନ ଚାଳିଶା ବଣ୍ଟନ କରାଯାଉଛି । ସଜେଇ ହୋଇଛି ରାମମନ୍ଦିର । ସେହିପରି କଟକ ଚହଟାରେ ଥିବା ରାମ ନିଗମେଶ୍ବର ମନ୍ଦିରରେ ବି ସାଜସଜ୍ଜା ହୋଇଥିବା ବେଳେ ଯଜ୍ଞ ଆୟୋଜନ କରାଯାଇଛି ।

ତେବେ ଆଜି ସକାଳ ୧୦ଟା ୨୫ ମିନିଟରେ ଅଯୋଧ୍ୟା ଏୟାରପୋର୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୦ଟା ୫୫ରେ ରାମ ଜନ୍ମଭୂମି କ୍ଷେତ୍ରରେ ପହଞ୍ଚିବେ । ୧୨ଟା ୫ମିନିଟରୁ ୧୨ଟା ୫୫ ମିନିଟ ପର୍ଯ୍ୟନ୍ତ ଚାଲିବ ପ୍ରାଣପ୍ରତିଷ୍ଠା ରୀତି ନୀତି । ପ୍ରାଣ ପ୍ରତିଷ୍ଠା ପରେ ୭ ହଜାର ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଫୁଲ ଓ ଆଲୋକମାଳାରେ ଝଟକୁଛି ମନ୍ଦିର । ଅଯୋଧ୍ୟାରେ ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି । କିଏ ଭଜନ କରୁଛି ତ କିଏ କୀର୍ତ୍ତନରେ ନିଜକୁ ହଜେଇ ଦେଇଛି । ୨୩ ତାରିଖରୁ ସର୍ବସାଧାରଣ ରାମଲାଲାଙ୍କ ଦର୍ଶନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.