ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟଜ୍) : ଆଜି ବିଧାନସଭାର ବାଚସ୍ପତି ନିର୍ବାଚନ । ପୂର୍ବାହ୍ନ ୧୧ଟା ବେଳେ ବିଧାନସଭା ବସିବ । ଏସମ୍ପର୍କିତ ପ୍ରସ୍ତାବ ଆସିବା ପରେ ଆଲୋଚନା ହେବ । ତାପରେ ହେବ ବାଚସ୍ପତି ନିର୍ବାଚନ । ବିଧାନସଭାରେ ବିଜେଡିର ନିରଙ୍କୁଶ ସଂଖ୍ୟା ଥିବାରୁ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି । ଗତକାଲି ସୂର୍ଯ୍ୟନାରାୟଣଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଦିନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ପାଇଁ ବିଧାନସଭା ସଚିବଙ୍କ ପାଖରେ ନୋଟିସ ଦେବାର ସମୟ ଧାର୍ଯ୍ୟ ହୋଇଥିଲା ।

କିନ୍ତୁ ବିଜେଡି ବ୍ୟତୀତ ଆଉ କେହି ବାଚସ୍ପତି ନିର୍ବାଚନ ପାଇଁ ନୋଟିସ ଦେଇନାହାନ୍ତି । ଏଥର ବିରୋଧୀ ଦଳରୁ ବହୁ ହେଭିୱେଟ ନେତା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସରୁ ନରସିଂହ ମିଶ୍ର, ତାରା ବାହିନୀପତି ଫେରିଥିବା ବେଳେ ଷଷ୍ଠ ଥର ବିଧାୟକ ହୋଇଛନ୍ତି ସୁରେଶ ରାଉତରାୟ । ବିଜେପିରୁ ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାଏକଙ୍କ ଭଳି ଅନୁଭବୀ ନେତା ବି ବିଧାନସଭାକୁ ଆସିଛନ୍ତି । ଏଭଳି ସ୍ଥିତିରେ ନୂଆ ବାଚସ୍ପତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିବ ବୋଲି କୁହାଯାଉଛି । ବାଚସ୍ପତି ନିର୍ବାଚନ ପରେ ଉପବାଚସ୍ପତି ପଦରେ କିଏ ବସିବ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ସେହିପରି ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବୀ କାହାକୁ ମିଳିବ ସେନେଇ ବି ଚର୍ଚ୍ଚା ଚାଲିଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

3 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

6 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

6 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

7 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

7 hours ago