ଆଜି ବିଧାନସଭାରେ ବାଚସ୍ପତି ନିର୍ବାଚନ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟଜ୍) : ଆଜି ବିଧାନସଭାର ବାଚସ୍ପତି ନିର୍ବାଚନ । ପୂର୍ବାହ୍ନ ୧୧ଟା ବେଳେ ବିଧାନସଭା ବସିବ । ଏସମ୍ପର୍କିତ ପ୍ରସ୍ତାବ ଆସିବା ପରେ ଆଲୋଚନା ହେବ । ତାପରେ ହେବ ବାଚସ୍ପତି ନିର୍ବାଚନ । ବିଧାନସଭାରେ ବିଜେଡିର ନିରଙ୍କୁଶ ସଂଖ୍ୟା ଥିବାରୁ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବା ନିଶ୍ଚିତ ବୋଲି କୁହାଯାଉଛି । ଗତକାଲି ସୂର୍ଯ୍ୟନାରାୟଣଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଦିନ ୧୨ଟା ପର୍ଯ୍ୟନ୍ତ ବାଚସ୍ପତି ପାଇଁ ବିଧାନସଭା ସଚିବଙ୍କ ପାଖରେ ନୋଟିସ ଦେବାର ସମୟ ଧାର୍ଯ୍ୟ ହୋଇଥିଲା ।

spekerକିନ୍ତୁ ବିଜେଡି ବ୍ୟତୀତ ଆଉ କେହି ବାଚସ୍ପତି ନିର୍ବାଚନ ପାଇଁ ନୋଟିସ ଦେଇନାହାନ୍ତି । ଏଥର ବିରୋଧୀ ଦଳରୁ ବହୁ ହେଭିୱେଟ ନେତା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସରୁ ନରସିଂହ ମିଶ୍ର, ତାରା ବାହିନୀପତି ଫେରିଥିବା ବେଳେ ଷଷ୍ଠ ଥର ବିଧାୟକ ହୋଇଛନ୍ତି ସୁରେଶ ରାଉତରାୟ । ବିଜେପିରୁ ଜୟନାରାୟଣ ମିଶ୍ର ଓ ପ୍ରଦୀପ୍ତ ନାଏକଙ୍କ ଭଳି ଅନୁଭବୀ ନେତା ବି ବିଧାନସଭାକୁ ଆସିଛନ୍ତି । ଏଭଳି ସ୍ଥିତିରେ ନୂଆ ବାଚସ୍ପତିଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିବ ବୋଲି କୁହାଯାଉଛି । ବାଚସ୍ପତି ନିର୍ବାଚନ ପରେ ଉପବାଚସ୍ପତି ପଦରେ କିଏ ବସିବ ସେନେଇ ଆରମ୍ଭ ହୋଇଛି ଅଙ୍କକଷା । ସେହିପରି ସରକାରୀ ଦଳ ଉପମୁଖ୍ୟ ସଚେତକ ପଦବୀ କାହାକୁ ମିଳିବ ସେନେଇ ବି ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.