Below header

ଗଞ୍ଜାମ ଗୋଳନ୍ଥରାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ୨ ଅପରାଧୀ ଆହତ

ଗଞ୍ଜାମ(କେନ୍ୟଜ୍): ଗଞ୍ଜାମ ଗୋଳନ୍ଥରାରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । ଗଣେଶ ନାୟକ ଓରଫ୍‌ ବୁଲୁ ଓ ଆସିକାର ହୃଷି ପାତ୍ରକୁ ଏନ୍‌କାଉଣ୍ଟର କରିଛି ପୋଲିସ । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କିଛି ଅପରାଧୀ ଗୋଳନ୍ଥରା ଥାନା ଅଞ୍ଚଳରେ ବାଇକ୍‌ରେ ଆନ୍ଧ୍ର ପଟକୁ ଯାଉଥିବା ପୋଲିସ ସୂଚନା ପାଇଥିଲା । ଏହା ପରେ ଗୋଷାଣୀ ଥାନା ପକ୍ଷରୁ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ହୋଇଥିଲା । ଗୋଳନ୍ଥରା ଖେଳ ପଡ଼ିଆ ନିକଟରେ ପୋଲିସ ଏନ୍‌କାଉଣ୍ଟର କରିଥିଲା । ଏଥିରେ ଦୁଇ ଅପରାଧୀ ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ଖସି ପଳାଇଛନ୍ତି । ଗୋଟିଏ ପୋଲିସ ଟିମ୍‌ ଏମାନଙ୍କୁ ଖୋଜୁଛି । ଏମାନେ ଆସ୍କା ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଛନ୍ତି । ଆହତ ଅପରାଧୀଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ତିନିଟି ଅଫୁଟା ଗୁଳି ଓ ବାଇକ୍‌ ଜବତ ହୋଇଛି । ପୋଲିସ ଗୁଳିରେ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.