Categories: ରାଜ୍ୟ

ଫେଲ୍‌ ମାରୁଛି ଉଜ୍ଜ୍ୱଳା ଯୋଜନା, ଦର ବଢ଼ୁଥିବାରୁ ଭାଡି ଉପରେ ପଡିଛି ଗ୍ୟାସ୍‌ ଟାଙ୍କି

ଜଳେଶ୍ୱର(କେନ୍ଯୁଜ୍): ଫେଲ୍‌ ମାରିଛି ଉଜ୍ଜ୍ୱଳା ଯୋଜନା । ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରୁ ମୁହଁ ଫେରାଉଛନ୍ତି ମହିଳା । ଗ୍ୟାସ୍‌ ଛାଡି କାଠ ଚୁଲିରେ ରୋଷେଇ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଳେଶ୍ୱରର ବସ୍ତା ଓ ବାଲିଆପାଳ ଅଞ୍ଚଳରେ । ସ୍ୱଚ୍ଛ ଇନ୍ଧନ ସୁଖୀ ଜୀବନ । ଏହି ନାରା ଦେଇ ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାର ସଂଯୋଗ କରାଇଥିଲେ କେନ୍ଦ୍ର ସରକାର । ହେଲେ ଏବେ ଏହି ଯୋଜନାରୁ ମୁହଁ ଫେରାଉଛନ୍ତି ମହିଳାମାନେ । କାଠ ଚୁଲାରେ ରୋଷେଇ କରିବାକୁ ବାଧ୍ୟ ହୋଇଛନ୍ତି ।

ଦର ବଢ଼ିଚାଲିଥିବାରୁ ଗ୍ୟାସରେ ରୋଷେଇ କରିବା ସମ୍ଭବ ହୋଇପାରୁନାହିଁ । ଫଳରେ ଗ୍ୟାସ ଟାଙ୍କିକୁ କିଏ ଘର କୋଣରେ ତ ଆଉ କିଏ ଭାଡି ଉପରେ ରଖିଛନ୍ତି । ସୁଲଭ ଓ ସବସିଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଗଲା ସତ । ହେଲେ ଗାଁ ଗହଳିର ଗରିବ ହିତାଧିକାରୀମାନେ ଏଥିରେ ଉପକୃତ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

7 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

39 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

41 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

44 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

50 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago