Below header

ଫେଲ୍‌ ମାରୁଛି ଉଜ୍ଜ୍ୱଳା ଯୋଜନା, ଦର ବଢ଼ୁଥିବାରୁ ଭାଡି ଉପରେ ପଡିଛି ଗ୍ୟାସ୍‌ ଟାଙ୍କି

ଜଳେଶ୍ୱର(କେନ୍ଯୁଜ୍): ଫେଲ୍‌ ମାରିଛି ଉଜ୍ଜ୍ୱଳା ଯୋଜନା । ଗ୍ରାମାଞ୍ଚଳରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରୁ ମୁହଁ ଫେରାଉଛନ୍ତି ମହିଳା । ଗ୍ୟାସ୍‌ ଛାଡି କାଠ ଚୁଲିରେ ରୋଷେଇ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଳେଶ୍ୱରର ବସ୍ତା ଓ ବାଲିଆପାଳ ଅଞ୍ଚଳରେ । ସ୍ୱଚ୍ଛ ଇନ୍ଧନ ସୁଖୀ ଜୀବନ । ଏହି ନାରା ଦେଇ ଲୋକଙ୍କୁ ଉଜ୍ଜ୍ୱଳା ଯୋଜନାର ସଂଯୋଗ କରାଇଥିଲେ କେନ୍ଦ୍ର ସରକାର । ହେଲେ ଏବେ ଏହି ଯୋଜନାରୁ ମୁହଁ ଫେରାଉଛନ୍ତି ମହିଳାମାନେ । କାଠ ଚୁଲାରେ ରୋଷେଇ କରିବାକୁ ବାଧ୍ୟ ହୋଇଛନ୍ତି ।

gas3 ଦର ବଢ଼ିଚାଲିଥିବାରୁ ଗ୍ୟାସରେ ରୋଷେଇ କରିବା ସମ୍ଭବ ହୋଇପାରୁନାହିଁ । ଫଳରେ ଗ୍ୟାସ ଟାଙ୍କିକୁ କିଏ ଘର କୋଣରେ ତ ଆଉ କିଏ ଭାଡି ଉପରେ ରଖିଛନ୍ତି । ସୁଲଭ ଓ ସବସିଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଗଲା ସତ । ହେଲେ ଗାଁ ଗହଳିର ଗରିବ ହିତାଧିକାରୀମାନେ ଏଥିରେ ଉପକୃତ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.