କିଆ ଫ୍ୟାଶନ ସୋ, ନୂଆ କଷ୍ଟ୍ୟୁମରେ ର୍ୟାମ୍ପରେ ଚାଲିଲେ ପ୍ରତିଯୋଗୀ; ଅନୁଭବ, ବର୍ଷା ଓ ଦିଲୀପ ସାମିଲ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ ତରଫରୁ କିଆ ଫ୍ୟାଶନ ସୋ । ନୂଆ ନୂଆ କଷ୍ଟ୍ୟୁମରେ ର୍ୟାମ୍ପରେ ଚାଲିଥିଲେ ପ୍ରତିଯୋଗୀମାନେ । ର୍ୟାମ୍ପରେ ଦେଖାଇଥିଲେ ଜଲୱା । କାଯ୍ୟର୍କ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ପରିଚୟ ଫାଉଣ୍ଡେସନ ସବୁବେଳେ ନୂଆ ନୂଆ କାଯ୍ୟର୍କ୍ରମ ସହ ସ୍କଲାରସିପ ମାଧ୍ୟମରେ ଝିଅମାନଙ୍କୁ ସହାୟତା କରିଥାଏ ।
ଯେଉଁମାନେ ଶିକ୍ଷାଠୁ ଦୂରରେ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ପରିଚୟ ଫାଉଣ୍ଡେସନର ଲକ୍ଷ୍ୟ ବୋଲି ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର କହିଛନ୍ତି । ପରିଚୟ ଫାଉଣ୍ଡେସନ ର ଏହି କିଆ ଫ୍ୟାଶନ ସୋରେ ଯୋଗଦେଇ ଖୁବ୍ ଖୁସି ଅଛନ୍ତି ବୋଲି କହିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତି ।