ସହର ମୁହାଁ ଗଜରାଜ, କଟକ ମହାନଦୀ ପଠାରେ ୧୬ ଟିକିଆ ପଲ

କଟକ(କେନ୍ଯୁଜ୍) : ସହର ମୁହାଁ ହାତୀପଲ। କଟକ ମହାନଦୀ ନୂଆପାଟଣା ପଠାରେ ହାତୀପଲ। ଗତକାଲି ରାତିରେ ଆଠଗଡ଼ ଜଙ୍ଗଲରୁ ଆସିଛନ୍ତି ୧୬ ଟିକିଆ ପଲ। ଏମାନେ ମହାନଦୀ ପାର୍ ହୋଇ ପଠାକୁ ଚାଲି ଆସିଛନ୍ତି। ଏତେ ପାଖରେ ହାତୀ ପଲଙ୍କୁ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି। ସେପଟେ ବନବିଭାଗ ପକ୍ଷରୁ ବାଣ ଫୁଟାଇ ନିଆଁ ଜାଳି ସେମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରାଯାଉଛି। ମଧୁସୂଦନ ସେତୁ ଦେଇ ଲୋମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି। ସହର ଭିତରେ ଯେପରି ହାତୀ ପଲ ନପଶିବେ ସେଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।
ସେପଟେ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜରେ ହାତୀ ଆତଙ୍କ । ହାତୀ ପଲ ଗାଁରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ପାଚିଲା ଧାନ ଖାଇବା ସହ ଘରଦ୍ୱାର ଭଙ୍ଗାରୁଜା କରୁଛନ୍ତି। ବିଭିନ୍ନ ସ୍ଥାନରେ ହାତୀ ପଲ ରାସ୍ତା ଉପରକୁ ଚାଲି ଆସିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବନ ବିଭାଗ ପକ୍ଷରୁ ଲଗାଯାଇଥିବା ସୋଲାର ତାର ବାଡ଼ ଭାଙ୍ଗି ରାସ୍ତା ଉପରକୁ ଚାଲିଆସୁଛନ୍ତି ହାତୀ । ଲୋକମାନେ ମଞ୍ଚା ବାନ୍ଧି ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।