ରାଜ୍ୟ

ବେଆଇନ ଗୋ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ

କାକଟପୁର(କେନ୍ୟୁଜ) : ବେଆଇନ ଗୋ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଗୋ ଚାଲାଣକାରୀ ମଫିଆମାନେ ଏବେ ମୁଖ୍ୟ ରାସ୍ତାରେ ନଯାଇ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଦେଇ ଗୋରୁଗାଈଙ୍କୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ର‍୍ୟାକେଟ ଗ୍ରାମାଞ୍ଚଳରୁ ଗାଈଗୋରୁମାନଙ୍କୁ ନେଇ ଯାଉଥିବା ବେଳେ କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତର ସମାପୁଳା ଗ୍ରାମରେ ଗ୍ରାମବାସୀମାନେ ଅଟକ ରଖିଥିବା ଦେଖିବାକୁ ମିଳିଛି ।

କେତେକ ଅଣହିନ୍ଦୁ ଏକ ଟାଟା ଏସି ଗାଡିରେ ଅମାନୁଷିକ ଭାବରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଗାଈଗୋରୁମାନଙ୍କୁ ଲଦି ଚାଲାଣ କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ଵାରା ଧରାପଡିଥିଲେ । ଅତି ଦୟନୀୟ ଭାବରେ ଛନ୍ଦାଛନ୍ଦି କରି ନେଉଥିବା ଦୃଶ୍ୟ ବେଶ ଅସହ୍ୟ ଥିଲା । ଗ୍ରାମବାସୀ ଗାଡିକୁ ଅଟକାଇ ଗାଈମାନଙ୍କୁ ବାହାର କରିଥିଲେ । ବାହାର କରିବା ସମୟରେ ଗାଈଗୁଡିକ ତଳେ ପଡିଯାଇଥିଲେ । ଟାଟା ଏସି ଭଳି ଏକ ଛୋଟ ଗାଡିରେ ଆବଶ୍ୟକତା ଠାରୁ ଅଧିକ ଲଦିକରି ନେଉଥିବା ଯୋଗୁଁ ଗାଈଗୋରୁଙ୍କ ଦେହରେ ଖଣ୍ଡିଆ ଖାବରା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

KNews Bureau

Recent Posts

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

17 mins ago

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

40 mins ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

59 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଏପରି ଭାବେ ଡାଏଟ୍‌ରେ ସାମିଲ କରନ୍ତୁ ଭେଣ୍ଡି

ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…

1 hour ago

ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…

1 hour ago

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…

1 hour ago