ବେଆଇନ ଗୋ ଚାଲାଣ ବେଳେ ଉଦ୍ଧାର କଲେ ଗ୍ରାମବାସୀ

କାକଟପୁର(କେନ୍ୟୁଜ) : ବେଆଇନ ଗୋ ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଗୋ ଚାଲାଣକାରୀ ମଫିଆମାନେ ଏବେ ମୁଖ୍ୟ ରାସ୍ତାରେ ନଯାଇ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଦେଇ ଗୋରୁଗାଈଙ୍କୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ର୍ୟାକେଟ ଗ୍ରାମାଞ୍ଚଳରୁ ଗାଈଗୋରୁମାନଙ୍କୁ ନେଇ ଯାଉଥିବା ବେଳେ କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ପଞ୍ଚାୟତର ସମାପୁଳା ଗ୍ରାମରେ ଗ୍ରାମବାସୀମାନେ ଅଟକ ରଖିଥିବା ଦେଖିବାକୁ ମିଳିଛି ।
କେତେକ ଅଣହିନ୍ଦୁ ଏକ ଟାଟା ଏସି ଗାଡିରେ ଅମାନୁଷିକ ଭାବରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଗାଈଗୋରୁମାନଙ୍କୁ ଲଦି ଚାଲାଣ କରୁଥିବା ସମୟରେ ଗ୍ରାମବାସୀଙ୍କ ଦ୍ଵାରା ଧରାପଡିଥିଲେ । ଅତି ଦୟନୀୟ ଭାବରେ ଛନ୍ଦାଛନ୍ଦି କରି ନେଉଥିବା ଦୃଶ୍ୟ ବେଶ ଅସହ୍ୟ ଥିଲା । ଗ୍ରାମବାସୀ ଗାଡିକୁ ଅଟକାଇ ଗାଈମାନଙ୍କୁ ବାହାର କରିଥିଲେ । ବାହାର କରିବା ସମୟରେ ଗାଈଗୁଡିକ ତଳେ ପଡିଯାଇଥିଲେ । ଟାଟା ଏସି ଭଳି ଏକ ଛୋଟ ଗାଡିରେ ଆବଶ୍ୟକତା ଠାରୁ ଅଧିକ ଲଦିକରି ନେଉଥିବା ଯୋଗୁଁ ଗାଈଗୋରୁଙ୍କ ଦେହରେ ଖଣ୍ଡିଆ ଖାବରା ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।