ଦିନିକିଆ ଓ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କୁ କ’ଣ ବିରାଟ କୋହଲିଙ୍କଠାରୁ ମିଳିବ ଅଧିକ ଦରମା! ଜାଣନ୍ତୁ ବାର୍ଷିକ କେତେ ପାଆନ୍ତି ଗ୍ରେଡ୍‌ ଏ + ଖେଳାଳି

ରୋହିତ ଶର୍ମାଙ୍କ କାନ୍ଧରେ ଏବେ ଭାରତୀୟ କ୍ରିକେଟ୍ ଦଳକୁ ଆଗକୁ ନେଇ ଯିବାର ଦାୟିତ୍ୱ ରହିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ ଟି-୨୦ କ୍ରିକେଟ୍ ଦଳର ନୂତନ ଅଧିନାୟକ କରାଯାଇଛି। ରୋହିତ, ବିରାଟ କୋହଲିଙ୍କ ସ୍ଥାନ ନେଇଛନ୍ତି। ବିରାଟ ଟେଷ୍ଟ ଦଳର ଅଧିନାୟକତ୍ୱ ଜାରି ରଖିବେ। ରୋହିତଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଛି। ରୋହିତ ଅଧିନାୟକ ହେବାକୁ ନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି କି, କ’ଣ ଏବେ ତାଙ୍କୁ ବିରାଟଙ୍କଠାରୁ ଅଧିକ ଦରମା ମିଳିବ। ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ରୋହିତ ଓ ବିରାଟଙ୍କୁ ବାର୍ଷିକ କେତେ ଦରମା ଦେଇଥାଏ।

ବିରାଟ କୋହଲି, ରୋହିତ ଶର୍ମା ଓ ଜସ୍‌ପ୍ରୀତ ବୁମରାହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ବାର୍ଷିକ ଚୁକ୍ତି ତାଲିକାରେ ଗ୍ରେଡ୍‌ ଏ + ରେ ଅଛନ୍ତି। ବିସିସିଆଇର ଚୁକ୍ତି ମୁତାବକ, ଏ + ର ଖେଳାଳିମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ। ଅଧିନାୟକତ୍ୱ ପାଇଁ ବିସିସିଆଇ ଅଲଗା ଭାବେ ଦରମା ଦିଏ ନାହିଁ। ଏହିଭଳି ଗ୍ରେଡ୍ ଏ, ବି ଓ ସି ଖେଳାଳିମାନଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି ଏବଂ ୩ କୋଟି ଟଙ୍କା ମିଳିଥାଏ।

ଆଇପିଏଲ୍‌ ୨୦୨୨ରେ କୋହଲିଙ୍କଠାରୁ ଅଧିକ କମାଇବେ ରୋହିତ

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଆଗାମୀ ବର୍ଷ ଆଇପିଏଲରେ ୧୫ ଜାଗାରେ ୧୬ କୋଟି ମିଳିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କୁ ୧୫ କୋଟିରେ ରିଟେନ କରିଛି। କୋହଲିଙ୍କ ଦରମାରୁ ୨ କୋଟି ଟଙ୍କା କଟାଯାଇଛି। ପୂର୍ବରୁ ତାଙ୍କୁ ୧୭ କୋଟି ଟଙ୍କା ମିଳୁଥିଲା।

ଆଇପିଏଲ୍‌ରେ ବିରାଟଙ୍କଠାରୁ ଅଧିକ କମାଇ ସାରିଛନ୍ତି ରୋହିତ

ରୋହିତ ଶର୍ମାଙ୍କ ଆଇପିଏଲ୍‌ ରୋଜଗାର ବିଷୟରେ ଯଦି ଆଲୋଚନା କରିବା ତ ସେ ଏହି ଲିଗ୍‌ରୁ ଏ ପର୍ଯ୍ୟନ୍ତ ୧୪୬.୬ କୋଟି ଟଙ୍କା ରୋଜଗାର କରି ସାରିଛନ୍ତି। ରୋହିତ ଶର୍ମା ଆଇପିଏଲରେ ଏମଏସ ଧୋନିଙ୍କ ପରେ ସର୍ବାଧିକ ରୋଜଗାର କରୁଥିବା ଖେଳାଳି। ଧୋନି ଆଇପିଏଲରୁ ୧୫୦ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଏକମାତ୍ର କ୍ରିକେଟର। କୋହଲି ଆଇପିଏଲରେ ଏ ପର୍ଯ୍ୟନ୍ତ ୧୪୩ କୋଟି ଟଙ୍କା ରୋଜଗାର କରିଛନ୍ତି।

ଆଇପିଏଲରେ ରୋହିତ ଶର୍ମାଙ୍କ ଉପଲବ୍ଧତା

ରୋହିତ ଶର୍ମା ୬ ଥର ଆଇପିଏଲ ଜିତି ସାରିଛନ୍ତି। ୨୦୦୯ରେ ସେ ଡେକାନ୍ ଚାର୍ଜର୍ସ ସହିତ ଆଇପିଏଲ୍ ଜିତିଥିଲେ ଏବଂ ଏହାପରେ ସେ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇକୁ ଆଇପିଏଲ୍ ଚାମ୍ପିୟନ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.