Categories: ରାଜ୍ୟ

କଟକ : ଫେଲ ମାରିଲା ପିଲା ଚୋରି, ଧରାପଡିଲାରୁ ଚୋରକୁ ଗାଁ ଲୋକ ଦେଲେ ଉତ୍ତମ ମଧ୍ୟମ

ମାହାଙ୍ଗା (କେନ୍ୟୁଜ୍) : କଟକ ଜିଲ୍ଲା ମାହାଙ୍ଗା ଇତୁକୁରକ୍ଷ ଗ୍ରାମର ବାବୁଲି ପ୍ରଧାନଙ୍କ ୮ ବର୍ଷର ପୁଅ ଦେବାଶିଷକୁ କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଥାନା ଘୁଷୁରିଆ ମାଳ ଅଂଚଳର ୩୨ ବର୍ଷୀୟା ମଥୁରା ମଳିକ ନାମକ ଜଣେ ବ୍ୟକ୍ତି ସେହି ଇତୁକୁରକ୍ଷ ଗ୍ରାମର ବାବୁଲି ପ୍ରଧାନ ପୁଅ ଦେବାଶିଷ ଖେଳୁଥିବା ସମୟରେ ତାକୁ ଫୁଲ ଶୁଘାଇ ଦେଇଥିଲା ଯାହାଫଳରେ ସେ ଅଚେତ ହୋଇଯାଇଥିଲା । ଏହାପରେ ତାକୁ ନେଇ ଏକ ପରିତ୍ୟକ୍ତ ଘରେ ଲୁଚାଇ ରଖି ଆଉ ତାର ବଡ଼ ଭଉଣୀ ୯ବର୍ଷର ସୋନାଲି ପ୍ରଧାନକୁ ଚୋରି କରିବାକୁ ଚେଷ୍ଟା କରିବା ବେଳେ ଝିଅଟି ଚିତ୍କାର କରିବାରୁ ଚୋରଟି ସେଠାରୁ ଖସି ପଳାଇଯିବାକ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ଚୋରକୁ କାବୁ କରବା ସହିତ ଉତ୍ତମ ମଧ୍ୟମ ଦେଇଥିଲେ ।

ଏହାପରେ ମାହାଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିଲା ଚୋର କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା କରୁଛି ।ଏପଟେ ଉଦ୍ଧାର ହୋଇଥିବା ଦୁଇ ପିଲା ଓ ତାଙ୍କ ପରିବାରଙ୍କ ଏତଲା ପରେ ମାହାଙ୍ଗା ପୋଲିସ ୮୬/୧୯ ରେ ଏକ କେସ କରି ତଦନ୍ତ ଚଳାଇଛନ୍ତି ।

ତେବେ ଯାହା ସୂଚନା ମିଳିଛି କି ଗତ ଦେଢ଼ ବର୍ଷ ତଳେ ସେହି ବ୍ୟକ୍ତି ମାହାଙ୍ଗା ଲଷ୍ମୀ ନାରାୟଣପୁର ଅଂଚଳରୁ ଏକ ପିଲାକୁ ଚୋରି କରି ନେଉଥିବା ସମୟରେ ଲୋକଙ୍କ ହାବୁଡ଼ରେ ପଡ଼ି ଥିଲା ଏହା ପରେ ମାହାଙ୍ଗା ପୋଲିସ ସେହି ପିଲା ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ଉଠେ କି ଏହି ବ୍ୟକ୍ତି ପିଲାଙ୍କୁ ଚୋରି କରୁଛି ବଳି ଉଦେଶ୍ୟରେ ନା ବାହାରକୁ ବିକ୍ରି କରିବା ଉଦ୍ଧେଶ୍ୟରେ ତାହା ସ୍ପଷ୍ଟ ହୋଇନାହିଁ କ୍ଷ ଅନ୍ୟପଟେ ପିଲାର ବାପା କହିଛନ୍ତି ପିଲା ଚୋରକୁ କଠୋର ଦଣ୍ଡ ଦିଆଯାଉ ଆଉ ଯେମିତି ଏହି ଭଳି ଘଟଣା ନ କରେ ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

13 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

28 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

41 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

41 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago