ଶକ୍ତି ବଢାଇବା ସହ ଶାରୀରିକ ଥକ୍କାପଣ ଦୂର କରିଥାଏ ଡାଳିମ୍ବ, ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଆପଣ ଯଦି ନିୟମିତ ଡାଳିମ୍ବ ଖାଉଛନ୍ତି ତେବେ ଆପଣ ଶରୀରକୁ ଅନେକ ରୋଗ ଦାଉରୁ ରକ୍ଷା କରିବାରେ ସମର୍ଥ ହେଉଛନ୍ତି ବୋଲି ଭାବି ନେବାକୁ ପଡିବ । କାରଣ ଡାଳିମ୍ବ ଏମିତି ଏକ ଫଳ ଯାହାର ମଞ୍ଜି ଠାରୁ ଆରମ୍ଭ କରି ଚୋପା ପର୍ଯ୍ୟନ୍ତ ସବୁ କିଛି ଶରୀର ପାଇଁ ରାମବାଣ ସଦୃଶ ହୋଇଥାଏ । ତେବେ ଡାଳିମ୍ବ ଖାଇବା ଦ୍ବାରା ଶରୀର ଉପରେ କି କି ପ୍ରଭାବ ପଡିଥାଏ ଆସନ୍ତୁ ଜାଣିବା ।

ଡାଳିମ୍ବ ଆମ ଶରୀରର ବ୍ଳଡ ସୁଗାର ଲେବଲ ନିୟନ୍ତ୍ରିତ ରଖିବାରେ ସହାଯ୍ୟ କରିବା ସହ ହୃଦରୋଗ ଓ କ୍ୟାନସର ଭଳି ରୋଗର ବିପଦକୁ ମଧ୍ୟ ଦୂର କରିଥାଏ ।

ନ୍ୟୁଟ୍ରିସନ ପରିମାଣ

ଗୋଟିଏ ଡାଳିମ୍ବରୁ ୨୩୪ କ୍ୟାଲୋରି ଶକ୍ତି ମିଳିଥାଏ । ଏଥିରେ କାର୍ବୋହାଇଡ୍ରେଟସ,ପ୍ରୋଟିନ,ଭିଟାମିନ –ବି ଓ ସି ସହିତ ଆୟରନ,କ୍ୟାଲସିୟମ,ପୋଟାସିୟମ ଓ ମ୍ୟାଗ୍ନେସିୟମର ଭରପୁର ମାତ୍ରା ରହିଛି ।

ଯଦି ଡାଏଟିଙ୍ଗ କରୁଥାନ୍ତି
ଏହା ଓଜନ ହ୍ରାସ କରିବା ସହ କଲୋଷ୍ଟ୍ରଲର ମାତ୍ରା ମଧ୍ୟ କମ କରିଥାଏ । ଏହା ଡାଏଟିଙ୍ଗରେ ହେଉଥିବା ଦୁର୍ବଳତାକୁ ଦୂର କରି ଶକ୍ତି ପ୍ରଦାନ କରିଥାଏ ।

ଅଧିକ ଫାଇଦା ପାଇଁ ଜୁସ୍ ପିଅନ୍ତୁ


ଡାଳିମ୍ବର ମଞ୍ଜି ଖାଇବା ବଦଳରେ ଏହାର ଜୁସ୍ ପିଅନ୍ତୁ । ଏହା ଦ୍ବାରା ଏହି ରସ ତୁରନ୍ତ ରକ୍ତବାହିକାରେ ପହଞ୍ଚି ଶରୀରରେ ଶକ୍ତି ଉତ୍ପନ୍ନ କରେ ।
ଡାଳିମ୍ବ ଖାଇବାର ଉତ୍ତମ ସମୟ  ସକାଳୁ ଖାଲିପେଟରେ ଡାଳିମ୍ବର ମଞ୍ଜି କିମ୍ବା ଜୁସ୍ ନେଇପାରିବେ । ନଚେତ ଖାଦ୍ୟ ଖାଇବାର ଠିକ ପୂର୍ବରୁ କିମ୍ବା ପରେ ନେଇପାରିବେ ।

ଏମାନେ ଖାଇପାରିବେ ନାହିଁ
କାଶ,କୋଷ୍ଠକାଠିନ୍ୟ ଓ ଏଲର୍ଜି ଥିବା ବ୍ୟକ୍ତିମାନେ ବିନା ଡାକ୍ତର ପରାମର୍ଶରେ ଡାଳିମ୍ବ ଖାଆନ୍ତୁ ନାହିଁ ।

Sasmita

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

7 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

9 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

10 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

11 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

11 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

12 hours ago