ରାଜ୍ୟ

ବର୍ଷା ହେଲେ ଜଟଣୀ ସହର ବେହାଲ୍: ଡ୍ରେନରେ ନୁହେଁ ରାସ୍ତାରେ ଯାଉଛି ପାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଓ ବ୍ୟବସାୟୀ ପେଣ୍ଠସ୍ଥଳ ଜଟଣୀ ସହର। ବର୍ଷା ହେଲେ ଏଠାକାର ଲୋକେ ପାଣିରେ ଯାତାୟତ କରିବା ସହ ନାନାଦି ସମସ୍ୟା ଦେଇ ଗତି କରିଥାନ୍ତି । ବର୍ଷା ହେଲା ମାତ୍ରେ ପୈାରପରିଷଦରେ ଥିବା ପ୍ରମୁଖ ରାସ୍ତା ପାଣିରେ ଉବୁଟୁବୁ ହୁଏ । କାରଣ ପାଣି ଡ୍ରେନରେ ଯାଇନଥାଏ । ଯନ୍ତ୍ରୀ ଓ ଠିକାଦାରଙ୍କ ଦୂରଦୃଷ୍ଟିର ଅଭାବ ଫଳରେ ରାସ୍ତା ତଳେ ଓ ଡ୍ରେନ ଉପରେ ରହିଛି । ତେଣୁ ବର୍ଷା ହେଲେ ଲୋକେ ଆଣ୍ଠୁଏ ପାଣିରେ ଯାଆ ଆସ କରିଥାନ୍ତି ।

ଜିଲ୍ଲାର ସର୍ବପୁରାତନ ସହର ହେଉଛି ଜଟଣୀ। କିନ୍ତୁ ଏଠାରେ ଡ୍ରେନ ଥିଲେ ମଧ୍ୟ ସେଥିରେ ପାଣି ଯାଉନି। ବର୍ଷା ହେଲା ମାତ୍ରେ ସହରର ସମସ୍ତ ରାସ୍ତାରେ ଯାଇଥାଏ ୧ଫୁଟର ପାଣି । ସହରର ମୁଖ୍ୟ ଡ୍ରେନ ଗୁଡିକ ଉପରେ ରହିଯାଇଥିବା ବେଳେ ରାସ୍ତାରେ ରହିଛି ତଳେ ।ନିର୍ମାଣରେ ତ୍ରୁଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ପୈାରପରିଷଦ ନିକଟରେ ଦାବି ଜଣାଇଥେିଲ ମଧ୍ୟ ଫଳ ଶୂନ । ଆଗକୁ ଏନେଇ ସ୍ଥାନୀୟ ବାସିନ୍ଦା ଯନ୍ତ୍ରୀ ଓ ଠିକାଦାର ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଆନ୍ଦୋଳନ କରିବା ନେଇ ଧମକ ଦେଇଛି ।

ଏହିଭଳି ସମସ୍ୟା ଜଟଣୀବାସୀ ବର୍ଷ ବର୍ଷ ଧରି ଭୋଗିଆସୁଛନ୍ତି । ସମସ୍ୟାର ସମାଧାନ ପାଇଁ ଏଯାଏ ନା ପୈାରପରିଷଦ ନା ପୂର୍ତ ବିଭାଗ କୈାଣସି ପଦକ୍ଷେପ ନେଉନାହାନ୍ତି। ସହରରେ ରହିଛି ଅନେକ ଜାତୀୟ ସ୍ତରୀୟ ଆଇଆଇଟି ଓ ନାଇଜର ଭଳି ଅନୁଷ୍ଠାନ । ଏ ଦିଗରେ ଜଟଣୀ ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ତ ବିଭାଗକୁ କହି କାର୍ଯ୍ୟ ତୁରନ୍ତ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।

Sonalisa

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

26 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

27 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

32 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

37 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

40 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

52 mins ago