ବର୍ଷା ହେଲେ ଜଟଣୀ ସହର ବେହାଲ୍: ଡ୍ରେନରେ ନୁହେଁ ରାସ୍ତାରେ ଯାଉଛି ପାଣି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ଓ ବ୍ୟବସାୟୀ ପେଣ୍ଠସ୍ଥଳ ଜଟଣୀ ସହର। ବର୍ଷା ହେଲେ ଏଠାକାର ଲୋକେ ପାଣିରେ ଯାତାୟତ କରିବା ସହ ନାନାଦି ସମସ୍ୟା ଦେଇ ଗତି କରିଥାନ୍ତି । ବର୍ଷା ହେଲା ମାତ୍ରେ ପୈାରପରିଷଦରେ ଥିବା ପ୍ରମୁଖ ରାସ୍ତା ପାଣିରେ ଉବୁଟୁବୁ ହୁଏ । କାରଣ ପାଣି ଡ୍ରେନରେ ଯାଇନଥାଏ । ଯନ୍ତ୍ରୀ ଓ ଠିକାଦାରଙ୍କ ଦୂରଦୃଷ୍ଟିର ଅଭାବ ଫଳରେ ରାସ୍ତା ତଳେ ଓ ଡ୍ରେନ ଉପରେ ରହିଛି । ତେଣୁ ବର୍ଷା ହେଲେ ଲୋକେ ଆଣ୍ଠୁଏ ପାଣିରେ ଯାଆ ଆସ କରିଥାନ୍ତି ।

barshaଜିଲ୍ଲାର ସର୍ବପୁରାତନ ସହର ହେଉଛି ଜଟଣୀ। କିନ୍ତୁ ଏଠାରେ ଡ୍ରେନ ଥିଲେ ମଧ୍ୟ ସେଥିରେ ପାଣି ଯାଉନି। ବର୍ଷା ହେଲା ମାତ୍ରେ ସହରର ସମସ୍ତ ରାସ୍ତାରେ ଯାଇଥାଏ ୧ଫୁଟର ପାଣି । ସହରର ମୁଖ୍ୟ ଡ୍ରେନ ଗୁଡିକ ଉପରେ ରହିଯାଇଥିବା ବେଳେ ରାସ୍ତାରେ ରହିଛି ତଳେ ।ନିର୍ମାଣରେ ତ୍ରୁଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ପୈାରପରିଷଦ ନିକଟରେ ଦାବି ଜଣାଇଥେିଲ ମଧ୍ୟ ଫଳ ଶୂନ । ଆଗକୁ ଏନେଇ ସ୍ଥାନୀୟ ବାସିନ୍ଦା ଯନ୍ତ୍ରୀ ଓ ଠିକାଦାର ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଆଗକୁ ଆନ୍ଦୋଳନ କରିବା ନେଇ ଧମକ ଦେଇଛି ।

drainଏହିଭଳି ସମସ୍ୟା ଜଟଣୀବାସୀ ବର୍ଷ ବର୍ଷ ଧରି ଭୋଗିଆସୁଛନ୍ତି । ସମସ୍ୟାର ସମାଧାନ ପାଇଁ ଏଯାଏ ନା ପୈାରପରିଷଦ ନା ପୂର୍ତ ବିଭାଗ କୈାଣସି ପଦକ୍ଷେପ ନେଉନାହାନ୍ତି। ସହରରେ ରହିଛି ଅନେକ ଜାତୀୟ ସ୍ତରୀୟ ଆଇଆଇଟି ଓ ନାଇଜର ଭଳି ଅନୁଷ୍ଠାନ । ଏ ଦିଗରେ ଜଟଣୀ ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ତ ବିଭାଗକୁ କହି କାର୍ଯ୍ୟ ତୁରନ୍ତ କରିବା ନେଇ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.