Below header

କୌଣସି ନୂତନ କାର୍ଯ୍ଯ କରିବା ପୂର୍ବରୁ କାହିଁକି ଭଙ୍ଗାଯାଏ ନଡ଼ିଆ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ବ

ଆମେ ଯେତେବେଳେ କିଛି ନୂଆ କାମ କରିଥାଉ ସର୍ବପ୍ରଥମେ ନଡ଼ିଆ ଭାଙ୍ଗିଥାଉ। ସେ ନୂଆ ଦୋକାନ ଘର ହେଉ, ନୂତନ ବାହାନ ହେଉ କିମ୍ବା କୌଣସି ମାଙ୍ଗଳିକ କାର୍ଯ୍ଯରେ ମଧ୍ଯ ନଡ଼ିଆ ଫଟା ଯିବାର ପରମ୍ପରା ରହିଛି। କିନ୍ତୁ କଣ ଆପଣ ଜାଣିଛନ୍ତି କି ପ୍ରତ୍ଯେକ କାର୍ଯ୍ଯର ଶୁଭାରମ୍ଭରେ କାହିଁକି ଫଟାଯାଏ ନଡ଼ିଆ। ଯଦି ନାଁ ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ।

coc2ସନାତମ ଧର୍ମରେ ନଡ଼ିଆକୁ ଶୁଭ ଏବଂ ମାଙ୍ଗଳିକ ଫଳ କୁହାଯାଇଥାଏ। ଏହାକୁ ସୌଭାଗ୍ଯ ଏବଂ ସମୃଦ୍ଧିର ପ୍ରତୀକ ମଧ୍ଯ କୁହାଯାଇଥାଏ। ନଡ଼ିଆ ସବୁଠାରୁ ପବିତ୍ର ଫଳ। ଏହିକାରଣରୁ ସମସ୍ତ ଦେବାଦେବୀଙ୍କ ନିକଟରେ ନଡ଼ିଆ ଅର୍ପଣ କରାଯାଇଥାଏ।

coconutନଡ଼ିଆର ଉପର ଭାଗ ଦେକିବାକୁ ଯେତିକି ଟାଣ ହୋଇଥାଏ ତାର ଭିତର ଭାଗ ମଧ୍ଯ ସେତିକି ନରମ ହୋଇଥାଏ। ଠିକ୍ ସେହିଭଳି ଆମେ କଠିନ ପରିଶ୍ରମ କରିବା ପରେ ହିଁ ଆମକୁ ସଫଳତା ମିଳିଥାଏ। ନଡ଼ିଆ ଭିତରର ପାଣି ମଧ୍ଯ ଅତ୍ଯନ୍ତ ପବିତ୍ର ହୋଇଥାଏ। ଏହିକାରଣରୁ ଯେତେବେଳେ ନଡ଼ିଆ ଭଙ୍ଗା ଯାଇଥାଏ ସେତେବେଳେ ନଡ଼ିଆର ପାଣି ଚାରିଆଡେ ପଡିଥାଏ, ଯାହାଦ୍ବାରା ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ।

coconut1ସେହିଭଳି ନଡ଼ିଆରେ ତିନିଟି ଚିହ୍ନ ରହିଥାଏ, ଯାହାକୁ ଭଗବାନ ଶଙ୍କରଙ୍କ ତିନି ନେତ୍ର ବୋଲି କୁହାଯାଇଥାଏ। ଏକାକ୍ଷୀ ନଡ଼ିଆ ମିଳିବା ଅତ୍ଯନ୍ତ କଷ୍ଟ ହୋଇଥାଏ। ଏହି ନଡ଼ିଆ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଦ୍ବାରା କୃପା ପ୍ରାପ୍ତ ହୋଇଥାଏ।
ନଡ଼ିଆ ଭଗବାନ ଗଣେଶଙ୍କର ପ୍ରିୟ ଫଳ। କୌଣସି କାର୍ଯ୍ଯର ଆରମ୍ଭରେ ନଡ଼ିଆ ଭାଙ୍ଗିବା ଦ୍ବାରା କାର୍ଯ୍ଯରେ ବିଘ୍ନ ଆସିନଥାଏ। କୁହାଯାଇଥାଏ ପ୍ରାଚୀନ କାଳରୁ ବଳି ପ୍ରଥା ବନ୍ଦ କରିବା ପାଇଁ ନଡ଼ିଆକୁ ବଳି ରୂପେ ଚଢାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.