Below header

ସୁନା ଦରରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣି ରଖନ୍ତୁ କଣ ରହିଛି ଆଜିର ମୂଲ୍ୟ

ଗୁରୁବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ଗ୍ରାମ ପ୍ରତି ୪୦ ଟଙ୍କା ବଢି ୪୭,୦୭୦ ଟଙ୍କାରୁ ୪୭,୧୧୦ ଟଙ୍କାରେ ପହଂଚିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ବି ୧୦ ଗ୍ରାମ ପ୍ରତି ୫୦ ଟଙ୍କା ବୃଦ୍ଧି ପାଇ ୪୬,୦୬୦ ଟଙ୍କାରୁ ୪୬,୨୧୦ ଟଙ୍କାରେ ପହଂଚିଛି । ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ କିଞ୍ଚିତ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୭,୧୧୦ ଟଙ୍କା ଓ ୪୬,୨୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ରହିଛି ୪୭,୪୬୦ ଟଙ୍କା ଓ ୪୬,୨୬୦ ଟଙ୍କା ।ଅନ୍ୟପକ୍ଷରେ ଦେଶର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୪୯,୬୬୦ ଟଙ୍କା ଓ ୪୫,୫୨୦ ଟଙ୍କା ଥିବା ରେକର୍ଡ ହୋଇଛି ।

ଯେବେକି ଦେଶର ଅନ୍ୟତମ ପ୍ରମୁଖ ସୁନା ବଜାରରେ ଏହି ମୂଲ୍ୟ ରହିଛି ୪୮,୧୫୦ ଟଙ୍କା ଓ ୪୬,୮୬୦ ଟଙ୍କା । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ମୂଲ୍ୟବାନ ଧାତୁ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ସନ୍ଧ୍ୟା ସୁଦ୍ଧା ସହରରେ ୨୪ କ୍ୟାରେଟ ଓ ୨୨
କ୍ୟାରେଟ ସୁନା ଦର ଯଥାକ୍ରମେ ୪୯,୬୬୦ ଟଙ୍କା ଓ ୪୫,୫୨୦ ଟଙ୍କା ଥିବା ରେକର୍ଡ ହୋଇଛି । ସୁନା ପରି ରୂପା ମୂଲ୍ୟ ବି କିଛିଟା ବୃଦ୍ଧି ପାଇଛି । ଗୁରୁବାର ସନ୍ଧ୍ୟା କିଲୋଗ୍ରାମ ପ୍ରତି ୨୬୦ଟଙ୍କା ବୃଦ୍ଧି ପାଇ ୪୭,୮୭୦ ଟଙ୍କା ଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଏହି ଦର ୪୭,୬୧୦ ଟଙ୍କା ଥିବା ରେକର୍ଡ ହୋଇଥିଲା । ସେପଟେ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବି ଗୁରୁବାର ସୁନା ଆଉନ୍ସ ପ୍ରତି ୧୭୨୮ଡ଼ଲାରରେ ଟ୍ରେଣ୍ଡ କରୁଥିବା ଲକ୍ଷ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.