‘ମୋ ଶବ ପାଖରୁ ୧୦ ଫୁଟ୍ ଦୂରରେ ରହିବ’, ଏମିତି ଲେଖି କାହିଁକି ଆତ୍ମହତ୍ଯା କଲେ ବ୍ଯକ୍ତି

ହରିୟାଣା ସ୍ଥିତ ଅଂବାଲାରେ ଗତ ଗୁରୁବାର ଦିନ ଜଣେ କରୋନା ପଜିଟିଭ ବ୍ଯକ୍ତି ୫୫ ବର୍ଷ ବୟସରେ ଆତ୍ମହତ୍ଯା କରିଛନ୍ତି। କୋଭିଡ-୧୯ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ଯକ୍ତି ଜଣକ ବାର୍ଥରୁମ୍ ରେ ଫାଶୀ ଲଗାଇ ଆତ୍ମହତ୍ଯା କରିଛନ୍ତି।

ପୋଲିସ କହିବାନୁଯାୟୀ ସଂକ୍ରମିତ ବ୍ଯକ୍ତି ଜଣକ ଯମୁନା ନଗରର ଜଗାଧରୀରେ ସେକ୍ଟର ୧୭ରେ ରହୁଥିଲେ। ଉକ୍ତି ବ୍ଯକ୍ତି ଜଣକ କରୋନା ଭୟରେ ଆତ୍ମହତ୍ଯା କରିଛନ୍ତି। ଆତ୍ମହତ୍ଯା ପୂର୍ବରୁ ବ୍ଯକ୍ତି ଜଣକ ମଧ୍ଯ ନିଜ ପରିବାର ପାଇଁ ଏକ ଚିଠି ଲେଖିଛନ୍ତି, ‘‘ସେଥିରେ ଲେଖା ଅଛି, ଅନ୍ତିମ ସଂସ୍କାର ସମୟରେ ମୋ ଠାରୁ ୧୦ ଫୁଟ୍ ଦୂରରେ ରହିବ।”
ରିପୋର୍ଟ ଅନୁଯାୟୀ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଆତ୍ମହତ୍ଯା ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.