ମାଲକାନଗିରି(କେନ୍ଯୁଜ୍): ଆମେ ଆଉ କାମ କରିବୁନି। ମାଓବାଦୀ ମୋ ସ୍ବାମୀଙ୍କୁ ଦୟାକରି ଛାଡି ଦିଅନ୍ତୁ। ଆମେ ଘରକୁ ଚାଲିଯିବୁ। ଏଭଳି ରୁଦ୍ଧ ସ୍ୱରରେ ମାଓ ସଙ୍ଗଠନକୁ ଗୁହାରି କରିଛନ୍ତି ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରାସ୍ତା କାମରେ ନିୟୋଜିତ ଗୁପ୍ତା କମ୍ପାନୀର ଇଞ୍ଜିନିୟର ଅଶୋକ ପାୱାର ଏବଂ ସହଯୋଗୀଙ୍କୁ ଗତ ଏଗାର ତାରିଖରେ ଅପହରଣ କରିଥିଲେ। ତେବେ ୪ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ଇଞ୍ଜିନିୟରଙ୍କୁ ମାଓବାଦୀ ନିଜ କବ୍ଜାରେ ରଖିଛନ୍ତି ।
ନକ୍ସଲ ଆଜି ପ୍ରଜା କୋର୍ଟରେ ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ହଜାର କରାଇ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦେବେ ବୋଲି ଜଣାପଡିଛି। ଇଂଜିନିୟରଙ୍କ ପତ୍ନୀ ନେହୁରା ହୋଇ କହିଛନ୍ତି ଯେ, ଏହି ଅଂଚଳ ଛାଡି ଚାଲିଯିବା ସହ କାମ ମଧ୍ୟ ଛାଡି ଚାଲିଯିବେ ।
ତେଣୁ ଇଞ୍ଜିନିୟରଙ୍କ ପତ୍ନୀ, ପିଲାଙ୍କୁ ସାଙ୍ଗରେ ନେଇ ସ୍ଵାମୀଙ୍କୁ ମୁକ୍ତ କରିବା ପାଇଁ ମାଓବାଦୀଙ୍କୁ ଗୁହାରି କରିଛନ୍ତି। ତେବେ ପୂର୍ବରୁ ଅନୁରୂପ ଆଉ ଜଣେ ଇଞ୍ଜିନିୟରଙ୍କୁ ମାଓବାଦୀ ଅପହରଣ କରି ମୁକ୍ତ କରିଥିବା ବେଳେ, ଅଶୋକଙ୍କୁ ମଧ୍ୟ ମାଓବାଦୀ ମୁକ୍ତ କରିଦେବେ ବୋଲି ପତ୍ନୀ ଆଶା ବାନ୍ଧିଛନ୍ତି।
ବାଲେଶ୍ୱର (କେନ୍ୟୁଜ୍): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…
କେନ୍ୟୁଜ୍: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…
ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…
କେନ୍ୟୁଜ୍: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…
ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…