ରାଜ୍ୟ

ସୁର ସନ୍ସ ଆଗକୁ କେଉଁ ଦଳରୁ ପ୍ରାର୍ଥୀ ହେବେ ? କଂଗ୍ରେସରୁ ନା ଶଙ୍ଖ ଫୁଙ୍କିବେ ନା ପଦ୍ମ ସହ ସମ୍ପର୍କ ଯୋଡ଼ିବେ ? ଚର୍ଚ୍ଚା ଜୋର

ସୁର ସନ୍ସଙ୍କ ଗତି କୁଆଡ଼େ ? ବାପା ସୁରେଶ ରାଉତରାୟଙ୍କ ରାସ୍ତାରେ ଯିବେ ନା ନୂଆ ରାଜନୈତିକ ରାସ୍ତା ବାଛିବେ ଦୁଇ ପୁଅ ? ସାନପୁଅ ମନ୍ମଥ ୨୦୨୪ରେ କଂଗ୍ରେସରୁ ପ୍ରାର୍ଥୀ ହେବେନି କହିବା ପରେ ଏଭଳି ଚର୍ଚ୍ଚା ଚାଲିଛି । ଆଜି ଭେଟେରାନ୍ ସୁର ରାଉତରାୟ କହିଛନ୍ତି, ସାନପୁଅ କଂଗ୍ରେସରୁ ନିର୍ବାଚନ ଲଢ଼ିବ । ସେ ଯାହା କହିବେ ସେୟା କରିବେ ମନ୍ମଥ ।

ଗତବର୍ଷ ସେପ୍ଟେମ୍ବର ମାସରେ ଏକଥା କହିଥିଲେ ସୁରେଶ ରାଉତରାୟ । ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଉତ୍ତରାଧିକାରୀ ଘୋଷଣା କରିଥିଲେ । କହିଥିଲେ ୨୦୨୪ରେ ପୁଅ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବ । ଏବେ ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବିନି ବୋଲି କହିବା ପରେ ନୂଆ ଚର୍ଚ୍ଚା ।

ବାପାଙ୍କ ରାସ୍ତା ଛାଡ଼ି ଅନ୍ୟ ରାଜନୈତିକ ରାସ୍ତାରେ ଚାଲିବେ କି ମନ୍ମଥ ? ହାତ ନଧରି ଶଙ୍ଖ ଫୁଙ୍କିବେ ନା ପଦ୍ମ ସହ ସମ୍ପର୍କ ଯୋଡ଼ିବେ ? ସୁରଙ୍କ ବାଟ ଭାଙ୍ଗି ପଳାଇବେ କି ମନ୍ମଥ ? କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବୋଲି ମନ୍ମଥଙ୍କ ବୟାନ ପରେ ସୁର ଫ୍ୟାମିଲିରେ ନୂଆ ମହାଭାରତ ହେଲାଣି କି ? ଆଜି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ରାଉତରାୟ। କହିଛନ୍ତି , ପୁଅକୁ ଡାକି ତାଗିଦ କରିଛି । ପୁଅ କଂଗ୍ରେସରୁ ହିଁ ଲଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ।

ପୂର୍ବରୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ୨୦୨୪ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରି ସାରିଛନ୍ତି । ତାଙ୍କ ପରେ ରାଜନୀତି ମୈଦାନରେ ଏଣ୍ଟ୍ରି ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗିଛନ୍ତି ଦୁଇ ପୁଅ । ଲୋକ ସମ୍ପର୍କ ବଢ଼ାଉଛନ୍ତି । ସାନ ପୁଅ ମନ୍ମଥ ସ୍ପଷ୍ଟ କରିଛନ୍ତି ବାପାଙ୍କ ସ୍ଥାନରେ ଜଟଣୀରୁ ଲଢ଼ିବେ । କିନ୍ତୁ କଂଗ୍ରେସରୁ ପ୍ରାର୍ଥୀ ହେବେନି । ବଡ଼ ପୁଅ ସିଦ୍ଧାର୍ଥ ନୂଆ ନିର୍ବାଚନ ମଣ୍ଡଳୀ ସନ୍ଧାନରେ ଅଛନ୍ତି ।

ସୁର ସନ୍ସ ଆଗକୁ କେଉଁ ଦଳରୁ ପ୍ରାର୍ଥୀ ହେବେ ? କିଏ କେଉଁଠୁ ଆସନରୁ ଲଢ଼ିବେ ? ଦୁଇ ପୁଅ କଂଗ୍ରେସକୁ ଗୁଡ଼ା ବାଏ କହିବେ ନା ବାପାଙ୍କ କଥା ମାନିବେ, ତାଉପରେ ସମସ୍ତଙ୍କର ନଜର ରହିଛି ।

 

Niharanjan

Recent Posts

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

44 mins ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

1 hour ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

2 hours ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

2 hours ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

2 hours ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

2 hours ago