ରାଜ୍ୟ

ନ୍ୟାୟ ଦାବିରେ ଗଜପତି ଜିଲ୍ଲାପାଳଙ୍କ ଅଫିସ୍‌ ଉପରକୁ ପଥର ଫିଙ୍ଗିଲେ ମହିଳା, କାବୁ କରିବାକୁ ସି-ଟିମ ହେଲା ନାକେଦମ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ମହିଳା ବାରମ୍ବାର “ମେରେକୋ ନ୍ୟାୟ ଚାହିୟେ” ବୋଲି କହି ବହୁ ସମୟ ଜୋରରେ ଚିତ୍କାର କରି ଚାଲିଥିଲେ । ତେବେ ଅନେକ ସମୟ ଧରି ତାଙ୍କ କଥା କେହି ନବୁଝିବା ଫଳରେ ମହିଳା ଜଣକ ଜିଲ୍ଲାପାଳ କାର୍ଯ୍ୟାଳୟର ଗେଟ୍‌ ଉପରକୁ ଟେକା ପଥର ଫିଙ୍ଗି ଚାଲିଥିଲେ । ପରେ ନାରୀ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଗଜପତି ପୋଲିସର ସି-ଟିମ ପହଞ୍ଚି ମହିଳା ଜଣକୁ କାବୁ କରିଥିଲେ ।

ତେବେ ସି-ଟିମ୍‌ ପାଇଁ କାମଟି ସହଜ ନଥିଲା । ମହିଳା ଜଣକ ସେମାନଙ୍କୁ ନାକେଦମ୍‌ କରି ଦେଇଥିଲେ । କେତେ ବେଳେ ମହିଳା ଜଣକ ପାଖକୁ ଆସିବାକୁ ସି-ଟିମକୁ ମନା କରୁଥିଲା ତ ଆଉ କେତେ ବେଳେ ହାତରେ ରହିଥିବା ପଥର ଦେଖାଇ ଭୟଭୀତ କରୁଥିଲା । ବହୁ ସମୟ ଧରି ଏହି ଡ୍ରାମା ଚାଲିଥିଲା । ଶେଷରେ ଯେଣତେଣ ଉପାୟରେ ସି-ଟିମ ମହିଳା ପୋଲିସ୍‌ମାନେ ତାଙ୍କୁ କାବୁ କରି ନିଜ ହେପାଜତକୁ ନେଇ ପାରଳାଖେମୁଣ୍ଡି ଥାନାରେ ରଖିଥିଲେ । ତେବେ ଏ ନେଇ ପୋଲିସ କୌଣସି ସୂଚନା ଦେଇନଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ତାଙ୍କ ଶ୍ୱଶୁରଘର ଲୋକ ଓ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ପୋଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ କିନ୍ତୁ ସେ ଏଭଳି ଢଙ୍ଗରେ ନିଜର ଗୁହାରୀ ଜଣାଉଥିଲେ ।

ମହିଳା ଜଣକ ହେଉଛନ୍ତି କର୍ଣ୍ଣାଟକ ରୁରାଲବାଣ୍ଡି ଗ୍ରାମର ଜ୍ୟୋତି ରାଠୋର । ସେ ୨୦୧୬ ମସିହା ଡିସେମ୍ବର ମାସରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଆମ୍ବାଝୀରି ଗ୍ରାମର ନଳିନୀ ଲିମ୍ମାଙ୍କୁ ବିବାହ କରିଥିଲେ । ତେବେ ଉଭୟଙ୍କ ବିବାହ ପ୍ରଥମେ କର୍ଣ୍ଣାଟକ ଓ ପରେ ଓଡିଶାରେ ହୋଇଥିଲା । କିନ୍ତୁ ଓଡିଶାରେ କିଛି ଦିନ ରହିବା ପରେ ଜ୍ୟୋତି ନିଜ ସ୍ୱାମୀ ସମେତ ଶ୍ୱଶୁରଘରର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଗତ ୧ ତାରିଖ ଦିନ ପାରଳାଖେମୁଣ୍ଡି ପୋଲିସ ଓ ପରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲା ମହିଳା, ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନପାଇବାରୁ ଆଜି ଏଭଳି କାଣ୍ଡ କରି ବସିଛନ୍ତି ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

9 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

41 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

43 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

46 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

52 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago