Below header

ନ୍ୟାୟ ଦାବିରେ ଗଜପତି ଜିଲ୍ଲାପାଳଙ୍କ ଅଫିସ୍‌ ଉପରକୁ ପଥର ଫିଙ୍ଗିଲେ ମହିଳା, କାବୁ କରିବାକୁ ସି-ଟିମ ହେଲା ନାକେଦମ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ମହିଳା ବାରମ୍ବାର “ମେରେକୋ ନ୍ୟାୟ ଚାହିୟେ” ବୋଲି କହି ବହୁ ସମୟ ଜୋରରେ ଚିତ୍କାର କରି ଚାଲିଥିଲେ । ତେବେ ଅନେକ ସମୟ ଧରି ତାଙ୍କ କଥା କେହି ନବୁଝିବା ଫଳରେ ମହିଳା ଜଣକ ଜିଲ୍ଲାପାଳ କାର୍ଯ୍ୟାଳୟର ଗେଟ୍‌ ଉପରକୁ ଟେକା ପଥର ଫିଙ୍ଗି ଚାଲିଥିଲେ । ପରେ ନାରୀ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଗଜପତି ପୋଲିସର ସି-ଟିମ ପହଞ୍ଚି ମହିଳା ଜଣକୁ କାବୁ କରିଥିଲେ ।

WOMENତେବେ ସି-ଟିମ୍‌ ପାଇଁ କାମଟି ସହଜ ନଥିଲା । ମହିଳା ଜଣକ ସେମାନଙ୍କୁ ନାକେଦମ୍‌ କରି ଦେଇଥିଲେ । କେତେ ବେଳେ ମହିଳା ଜଣକ ପାଖକୁ ଆସିବାକୁ ସି-ଟିମକୁ ମନା କରୁଥିଲା ତ ଆଉ କେତେ ବେଳେ ହାତରେ ରହିଥିବା ପଥର ଦେଖାଇ ଭୟଭୀତ କରୁଥିଲା । ବହୁ ସମୟ ଧରି ଏହି ଡ୍ରାମା ଚାଲିଥିଲା । ଶେଷରେ ଯେଣତେଣ ଉପାୟରେ ସି-ଟିମ ମହିଳା ପୋଲିସ୍‌ମାନେ ତାଙ୍କୁ କାବୁ କରି ନିଜ ହେପାଜତକୁ ନେଇ ପାରଳାଖେମୁଣ୍ଡି ଥାନାରେ ରଖିଥିଲେ । ତେବେ ଏ ନେଇ ପୋଲିସ କୌଣସି ସୂଚନା ଦେଇନଥିଲେ ମଧ୍ୟ ମହିଳା ଜଣକ ତାଙ୍କୁ ତାଙ୍କ ଶ୍ୱଶୁରଘର ଲୋକ ଓ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ପୋଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ କିନ୍ତୁ ସେ ଏଭଳି ଢଙ୍ଗରେ ନିଜର ଗୁହାରୀ ଜଣାଉଥିଲେ ।

WOMEN-1

ମହିଳା ଜଣକ ହେଉଛନ୍ତି କର୍ଣ୍ଣାଟକ ରୁରାଲବାଣ୍ଡି ଗ୍ରାମର ଜ୍ୟୋତି ରାଠୋର । ସେ ୨୦୧୬ ମସିହା ଡିସେମ୍ବର ମାସରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଆମ୍ବାଝୀରି ଗ୍ରାମର ନଳିନୀ ଲିମ୍ମାଙ୍କୁ ବିବାହ କରିଥିଲେ । ତେବେ ଉଭୟଙ୍କ ବିବାହ ପ୍ରଥମେ କର୍ଣ୍ଣାଟକ ଓ ପରେ ଓଡିଶାରେ ହୋଇଥିଲା । କିନ୍ତୁ ଓଡିଶାରେ କିଛି ଦିନ ରହିବା ପରେ ଜ୍ୟୋତି ନିଜ ସ୍ୱାମୀ ସମେତ ଶ୍ୱଶୁରଘରର ଲୋକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଗତ ୧ ତାରିଖ ଦିନ ପାରଳାଖେମୁଣ୍ଡି ପୋଲିସ ଓ ପରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲା ମହିଳା, ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନପାଇବାରୁ ଆଜି ଏଭଳି କାଣ୍ଡ କରି ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.