‘ତାଜମହଲ ଭିତରକୁ ଟ୍ରମ୍ପଙ୍କ କାର୍‌ ଗଲେ ମୁଁ ବି କାର୍‌ ନେବି’, ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଏଭଳି ମଜାଳିଆ କମେଣ୍ଟ କରୁଛନ୍ତି ଲୋକେ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪-୨୫ ଫେବ୍ରୁଆରୀରେ ଭାରତରେ ରହିବେ ବୋଲି ସରକାରୀ ଭାବେ ଘୋଷଣା ସରିଲାଣି। ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ସରକାରଙ୍କ ତରଫରୁ ଜୋରସୋରରେ କାମ ଚାଲିଛି। ଏହି ଗସ୍ତ ବେଳେ ଟ୍ରମ୍ପ ଅହମ୍ମଦାବାଦର ମୋଟେରାରେ ନିର୍ମିତ ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ର ଉଦ୍‌ଘାଟନ କରିବେ। ଏହି ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ ନାମକ କାର୍ଯ୍ୟକ୍ରମରେ ବି ସେ ଯୋଗ ଦେବେ।

ଡୋନାଲ୍ଡଙ୍କ ଭାରତ ଗସ୍ତକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି। କିଛି ୟୁଜର୍ସ ଟ୍ରମ୍ପଙ୍କ ଗସ୍ତକୁ ମଜାଳିଆ ଢଙ୍ଗରେ ଉପସ୍ଥାପନ କରିଛନ୍ତି।

ସେହିପରି ଆଉ କିଛି ଅହମ୍ମଦାବାଦରେ ବସ୍ତି ସାମ୍ନାରେ ତିଆରି ହେଉଥିବା କାନ୍ଥକୁ ନେଇ ମଧ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି। ଆସନ୍ତୁ ଦେଖିବା ଟ୍ରମ୍ପଙ୍କ ଗସ୍ତକୁ ନେଇ ସୋସିଆଲ ମିଡିଆରେ କେମିତି ମଜାଳିଆ ପୋଷ୍ଟ କରାଯାଉଛି।


ଭାରତ ଗସ୍ତ ବେଳେ ଟ୍ରମ୍ପ ଆଗ୍ରାର ତାଜମହଲ ବୁଲିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ତେବେ ତାଜମହଲ ଗସ୍ତକୁ ନେଇ ମଧ୍ୟ କିଛି ୟୁଜର ଲେଖିଛନ୍ତି ‘ହିନ୍ଦୁ ହୃଦୟ ସମ୍ରାଟ ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଲ୍ଲାଙ୍କ ଦ୍ୱାରା ନିର୍ମିତ ତାଜମହଲ ଦେଖାଇବେ କି? ’

ବସ୍ତିକୁ ଲୁଚାଇବା ପାଇଁ ଅହମ୍ମଦାବାଦରେ କରାଯାଇଥିବା କାନ୍ଥର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଜଣେ ବ୍ୟକ୍ତି କାନ୍ଥରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ଫଟୋ ସେୟାର କରି ଲେଖିଛନ୍ତି ଇଏ ପ୍ରକୃତ ଭାରତୀୟ। ଆଉ କିଛି ୟୁଜର ଲେଖିଛନ୍ତି ଟ୍ରମ୍ପଙ୍କ ପୂର୍ବରୁ ଉଦ୍‌ଘାଟନ କରିଦେଲେ।