Below header

ଜିଓର ଏହି ପ୍ଲାନରେ ପ୍ରତିଦିନ ମିଳିବ ୪.୫ TB ଡାଟା, ମୂଲ୍ୟ ରହିଛି ମାତ୍ର ୧୯୯ ଟଙ୍କା !

ରିଲାଏନ୍ସ ଜିଓ ସେଲୁଲାର ପରେ ନିଜ ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ କରିଦେଇଛି । ଏହାକୁ ଜିଓ ଫାଇବର ନାଁରେ ହିଁ କମ୍ପାନୀ ବଜାର ପ୍ରବେଶ କରାଇଛି । ଗୋଟିଏ ବର୍ଷ ଭିତରେ ୫ କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚିବା ହେଉଛି ରିଲାଏନ୍ସ ଜିଓ କମ୍ପାନୀର ମୂଳ ଲକ୍ଷ । ଏଥିପାଇଁ କମ୍ପାନୀ ପୂର୍ବରୁ କେତେଗୁଡିଏ ମାଗଣା ପ୍ଲାନକୁ ମଧ୍ୟ ବଜାରରେ ପ୍ରବେଶ କରାଇଥିଲା । ଆଜି ଆମେ ଆପଣଙ୍କୁ ଜିଓର ଏକ ସ୍ପେଶାଲ ପ୍ଲାନ ବିଷୟରେ ହିଁ କହିବାକୁ ଯାଉଛୁ । ପ୍ରକୃତରେ ୧୯୯ ଟଙ୍କିଆ ପ୍ଲାନ ହେଉଛି ଏକ ସାପ୍ତାହିକ ପ୍ଲାନ । ଏହି ପ୍ଲାନ ଜରିଆରେ ୟୁଜର ପ୍ରତିଦିନ ୫ ଟିବି ପର୍ଯ୍ୟନ୍ତର ଡାଟା ସୁବିଧା ପାଇପାରିବେ ।

– ପ୍ରକୃତରେ ଏହି ପ୍ଲାନରେ ଆପଣଙ୍କୁ ୧ ଟିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିଥାଏ । ଯଦି ଆପଣ ଏହି ପ୍ଲାନକୁ ୫ ଥର ରିଚାର୍ଜ କରିବେ ତ ଆପଣଙ୍କୁ ୩୫ ଦିନରେ ୧,୧୭୦ ଟଙ୍କା ଖର୍ଚ କରିବାକୁ ହେବ । ଯେଉଁଥିରେ କି ଆପଣଙ୍କୁ ସମୁଦାୟ ୫ ଟିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିପାରିବ ।

JIO FIBER

– ଆଉ ସବୁଠୁ ଜରୁରୀ କଥା ହେଉଛି ଗ୍ରାହକଙ୍କୁ ଏଥିରେ ୧୦୦ mbpsର ସ୍ପିଡ଼ ମିଳିପାରିବ । ଦ୍ଵିତୀୟ ହେଉଛି ମାସିକ ଏଫୟୁବି ଡାଟା ସରିବା ପରେ ବି ୟୁଜର ମାନେ ଆରାମରେ ଇଣ୍ଟରନେଟ ବ୍ୟବହାର କରିପାରିବେ ।

– ଯଦି ମୋଟ ଉପରେ ଦେଖାଯାଏ ତେବେ ୧୯୯ ଟଙ୍କିଆ ପ୍ଲାନ ହେଉଛି ଜିଓ ଫାଇବରର ସବୁଠୁ ଶସ୍ତା ପ୍ଲାନ । ଅନ୍ୟ କୌଣସି ମାସିକ ପ୍ଲାନରେ ଆପଣଙ୍କୁ ଏତେ ମାତ୍ରାର ଡାଟାର ସୁବିଧା ମିଳିନଥାଏ । ଆଉ ଏହି ପ୍ଲାନରେ ଡାଟା ବି ଅନ୍ୟ ତୁଳନାରେ ଅଧିକ ସ୍ପିଡ଼ରେ ଚାଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.