ବଡ଼ ଭାଇଙ୍କୁ କ୍ୟୁଟ୍ ସ୍ମାଇଲରେ ଚାହିଁଛନ୍ତି ତୈମୁର ଅଲ୍ଲୀ ଖାନ୍, ଫଟୋ ପୋଷ୍ଟ କରି ମଲାଇକା ଲେଖିଲେ ଏମିତି କ୍ୟାପସନ
କରୀନା କପୁର ଖାନ୍ ଓ ମଲାଇକା ଅରୋରାଙ୍କ ମଧ୍ୟରେ ବହୁତ ଷ୍ଟ୍ରଙ୍ଗ୍ ବଣ୍ଡିଂ ରହିଛି। ଦୁଇଜଣ ଅନେକ ସମୟରେ ଏକାଠି ସାଙ୍ଗମାନଙ୍କ ସହିତ ହ୍ୟାଙ୍ଗ୍ଆଉଟ କରୁଥିବାର ନଜର ଆସନ୍ତି। ଏହାସହ ସେମାନେ ନିଜ ପିଲା ତୈମୁର ଅଲ୍ଲୀ ଖାନ୍ ଓ ଅରହାନ୍ ଖାନ୍ଙ୍କ ସହ କ୍ୱାଲିଟି ଟାଇମ୍ ବି ସ୍ପେଣ୍ଡ କରିଥାଆନ୍ତି।
ମଲାଇକା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତୈମୁର ଓ ଅରହାନ୍ ଏକାଠି ନଜର ଆସୁଛନ୍ତି। ଫଟୋରେ ଅରହାନ୍ ସ୍ମାଇଲ କରୁଥିବା ବେଳେ ତୈମୁର ବଡ଼ ଭାଇଙ୍କ ଆଡ଼କୁ କ୍ୟୁଟ୍ ସ୍ମାଇଲରେ ଚାହିଁଛନ୍ତି।
ହ୍ଵାଇଟ୍ ପ୍ରିଣ୍ଟେଡ୍ ଟି-ଶାର୍ଟ ଏବଂ ବ୍ଲାକ୍ ପ୍ୟାଣ୍ଟରେ ତୈମୁର ଫୁଟବଲ୍ ଧରି ବସିଛନ୍ତି। ସେହି ଅରହାନ୍ ବ୍ଲାକ୍ ଲୁକ୍ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ମଲାଇକା ଫଟୋ ପୋଷ୍ଟ କରି କ୍ୟାପସନ ଲେଖିଛନ୍ତି ଯେ ‘ମାଇଁ ବେବି ଓ୍ଵିଥ୍ ବେବୋଜ୍ ବେବି’। ଯେତେବେଳେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା, ଏହା ଉପରେ ଫ୍ୟାନ୍ମାନଙ୍କର ଅନେକ ପ୍ରତିକ୍ରିୟା ଆସିଥିଲା।