ସାଲିଆ ସାହିରେ ଉତ୍ତେଜନା, ରାସ୍ତା ନିର୍ମାଣ ପାଇଁ ବସ୍ତି ଭଙ୍ଗାକୁ ବିରୋଧ କଲେ ବସ୍ତି ବାସିନ୍ଦା
![saliasahi](https://knewsodisha.com/wp-content/uploads/2020/02/saliasahi.jpg)
ଭୁବନେଶ୍ୱର: ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା । ଭୁବନେଶ୍ୱର ସାଲିଆ ସାହିରେ ବସ୍ତି ବାସିନ୍ଦା ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ଉଚ୍ଛେଦକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଆଜି ରାସ୍ତା ନିର୍ମାଣ ପାଇଁ ଦୁଇଟି ବସ୍ତି ଭାଙ୍ଗିବାକୁ ବିଡିଏ ଓ ବିଏମସି ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ପୋଲିସ ଓ ବୁଲଡୋଜର ସହ ବସ୍ତିରେ ପହଁଚିଥିଲା ପ୍ରଶାସନ । ହେଲେ ଏହାକୁ ବିରୋଧ କରିଥିଲେ ବସ୍ତି ବାସିନ୍ଦା । ପ୍ରଥମେ ଥଇଥାନ ଓ ପରେ ବସ୍ତି ଭଙ୍ଗାଯାଉ ବୋଲି ଦାବି କରିଥିଲେ ବସ୍ତିବାସିନ୍ଦା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସାଲିଆ ସାହିରେ ପୋଲିସ ଛାଉଣୀ ହୋଇଥିଲା । ଥଇଥାନ ପାଇଁ ୬୦୦ ବର୍ଗଫୁଟ ଜାଗା ଦିଆଯାଉ ବୋଲି ଦାବି କରିଛନ୍ତି ବସ୍ତି ବାସିନ୍ଦା ।