ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ, ଜଣେ ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଗୁଳିରେ ମାଓବାଦୀ ମୃତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ମାଓବାଦୀ ମୃତ । ଚିତାଗୁଫା ଜଙ୍ଗଲରେ ସିଆରପିଏଫର କୋବ୍ରା ଓ ଡିଆରଜି ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ସୁକମା ଏସପି ସଲଭ ସିହ୍ନା। ସେପଟେ ପଲୋଡି ଜଙ୍ଗଲରେ ସିଆରପିଏଫର କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଛି । ମାଓବାଦୀଙ୍କ ଗୁଳିରେ ୨ଯବାନ ଗୁରୁତର ହୋଇଛନ୍ତି । ସେହିପରି ସୁକମା ଜିଲ୍ଲା ଫୁଲବଗଡ଼ି ଜଙ୍ଗଲରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲାଣ୍ଡମାଇନକୁ ଡିଫ୍ୟୁଜ କରିଛି ସୁକମା ପୋଲିସ। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ଲାଣ୍ଡମାଇନ ବିଛାଇଥିବା ବେଳେ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.